Masthead

୬ରେ ପୁଣି ଗର୍ଜିବେ ଚାଷୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆସନ୍ତାକାଲିଠାରୁ ଦିଲ୍ଲୀକୁ ଆସିବେ ଶହ ଶହ ଚାଷୀ । ପଞ୍ଜାବ-ହରିୟାଣା ସୀମାରେ ଧାରଣା ଦେଇଥିବା ଚାଷୀ ପୁଣିଥରେ କେନ୍ଦ୍ର ବିରୋଧରେ ରଣହୁଙ୍କାର ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଦାବି ପୂରଣ ହୋଇ ନାହିଁ । ସେଥିପାଇଁ କିଛି ଦିନର ବିରତି ପରେ ୬ ତାରିଖଠୁ ପୁଣି ଗର୍ଜିବେ ଚାଷୀ । ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ସହ ଦିଲ୍ଲୀ ଚଲୋ ଆନ୍ଦୋଳନକୁ ଜୋରଦାର କରିବେ । ଏନେଇ ଚାଷୀ ନେତା ସରୱନ ସିଂ ପଣ୍ଢେର ସୂଚନା ଦେଇଛନ୍ତି । ସେହିପରି ମାର୍ଚ୍ଚ ୧୦ ତାରିଖରେ ସାରା ଦେଶରେ ଚାଷୀମାନେ ରେଳରୋକ କରିବେ । ୧୨ଟାରୁ ୪ଟା ପର୍ୟ୍ୟନ୍ତ ଦେଶବ୍ୟାପି ରେଳରୋକ କରିବେ ଚାଷୀ ସଂଗଠନ । ଆନ୍ଦୋଳନ ସମୟରେ ପୁଲିସର କାର୍ୟ୍ୟାନୁଷ୍ଠାନରେ ଯେଉଁ ଚାଷୀ ଆହତ ଓ ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କ ନ୍ୟାୟ ଦାବିରେ ଚାଷୀ କରିବେ ରେଳରୋକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼