Masthead

ବଢିଲା ଆଉଟସୋର୍ସିଂ କର୍ମଚାରୀଙ୍କ ଦରମା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଢିଲା ଆଉଟସୋର୍ସିଂ କର୍ମଚାରୀଙ୍କ ଦରମା । ଆଉଟସୋର୍ସିଂ କର୍ମଚାରୀଙ୍କ ମାସିକ ପାରିଶ୍ରମିକ ୨୫ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପ୍ରତି ୫ ବର୍ଷର ଅଭିଜ୍ଞତା ପାଇଁ ମାସିକ ଅଧିକ ଏକ ହଜାର ମିଳିବ ବୋଲି ନିର୍ଦ୍ଦେଶ ରହିଛି । କର୍ମଚାରୀମାନେ ଯେଭଳି ଭାବେ ମାସ ଶେଷକୁ ପାରିଶ୍ରମିକ ଠିକ୍ ହିସାବରେ ପାଇବେ, ଏହା ସୁନିଶ୍ଚିତ କରିବାକୁ ସରକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯେ ଏହି ଆଉଟସୋର୍ସିଂ କର୍ମଚାରୀ ମାନେ ସେମାନଙ୍କର ବିଭିନ୍ନ ଅସୁବିଧା ସଂପର୍କରେ ୫-ଟି ଅଧ୍ୟକ୍ଷ ଙ୍କୁ ଭେଟି ଜଣାଇଥିଲେ । ତଦ୍‌ନୁଯାୟୀ ରାଜ୍ୟ ସରକାର ନିମ୍ନୋକ୍ତ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସେହିପରି ଆଉଟସୋର୍ସିଂ କର୍ମଚାରୀ ଓ ସର୍ଭିସ ପ୍ରୋଭାଇଡର୍ ଏଜେନ୍ସି ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଓଡ଼ିଶା ଷ୍ଟେଟ୍‌ ଆଉଟସୋର୍ସିଂ ଏମ୍ପ୍ଲୋଇଜ୍ ଲୋକପାଳ ଗଠନ ବିଷୟରେ ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମହିଳା କର୍ମଚାରୀଙ୍କ କ୍ଷେତ୍ରରେ ପ୍ରଥମ ଦୁଇଟି ସନ୍ତାନ ଜନ୍ମ ପର୍ୟ୍ୟନ୍ତ ୧୨୦ ଦିନର ମାତୃତ୍ବ ଛୁଟି ନେଇପାରିବେ । ଆଉଟସୋର୍ସିଂ କର୍ମଚାରୀ ତଥା ସର୍ଭିସ ପ୍ରୋଭାଇଡର ଏଜେନ୍ସିଙ୍କ ଅଭିଯୋଗ ଶୁଣାଣି ପାଇଁ ପ୍ରତି ବିଭାଗରେ ଜଣେ ଲେଖାଏଁ ନୋଡାଲ ଅଫିସର ରହିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସରକାର। ସେମାନଙ୍କ ଅଭିଯୋଗ ଦାଖଲର ସରଳୀକରଣ ପାଇଁ GA&PG Department, CMGI  ଆପ୍ଲିକେସନ୍‌ ବିକଶିତ କରାଯିବ। ଯେଉଁଥିରେ କି ଉଭୟ କର୍ମଚାରୀ ଓ ଏଜେନ୍‌ସି ସେମାନଙ୍କର ଅଭିଯୋଗ ଦାଖଲ କରିପାରିବେ। ସେହିପରି ଯେଉଁ ଆଉଟସୋର୍ସିଂ କର୍ମଚାରୀମାନେ ଏବେ ବର୍ଦ୍ଧିତ ପାରିଶ୍ରମିକ ପାଉଛନ୍ତି, ସେମାନଙ୍କ ବର୍ଦ୍ଧିତ ପାରିଶ୍ରମିକକୁ ନୂଆ ବ୍ୟବସ୍ଥାରେ ସୁରକ୍ଷା ଦିଆଯିବ। ଏହି ସମସ୍ତ ବ୍ୟବସ୍ଥାକୁ ଶୃଙ୍ଖଳିତ ଭାବରେ ପରିଚାଳିତ କରିବା ପାଇଁ ସବୁ ବିଭାଗ ସର୍ଭିସ ପ୍ରୋଭାଇଡିଂ ଏଜେନ୍ସିମାନଙ୍କ ସହିତ ସପ୍ଲିମେଣ୍ଟାରୀ ଏଗ୍ରିମେଣ୍ଟ କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି