Masthead

ଆଜି ମହାଶିବରାତ୍ରୀ, ଚଳଚଞ୍ଚଳ ଶୈବପୀଠ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ମହାଶିବରାତ୍ରୀ । ମହାଦେବଙ୍କ ଉପାସନା ଲାଗି ଜାଗର ଜାଳିବେ ଶ୍ରଦ୍ଧାଳୁ । ଦିନ ସାରା ଉପାସରେ ରହିବା ସହ ରାତିରେ ଉଜାଗର ରହି ଦୀପ ଜାଳିବେ ଭକ୍ତ । ରାତିରେ ମହାଦୀପ ଉଠିବା ପରେ ଉପବାସ ଭାଙ୍ଗିବେ ଶ୍ରଦ୍ଧାଳୁ । ଏ ନେଇ ସକାଳୁ ସକାଳୁ ଚଳଚଞ୍ଚଳ ଶୈବପୀଠ । ଭକ୍ତମାନେ ମହାଦେବଙ୍କ ଦର୍ଶନ ପାଇଁ ଶିବାଳୟରେ ଭିଡ଼ ଲଗାଇଛନ୍ତି । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ପୁରୀ ଲୋକନାଥ ମନ୍ଦିର, ଧବଳେଶ୍ୱର, ଆଖଣ୍ଡଳମଣୀ ପୀଠ, କପିଳାସ ଆଦି ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି ।

ଶ୍ରଦ୍ଧାଳୁ କିପରି ଶାନ୍ତିଶୃଙ୍ଖଳାର ସହ ମହାଦେବଙ୍କ ଦର୍ଶନ କରିବେ ଓ ଦୀପ ଜାଳିବେ, ସେ ନେଇ ବିଭିନ୍ନ ଶୈବପୀଠରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜାଗର ପାଇଁ ସଜେଇ ହୋଇଛି ବାବା ଲିଙ୍ଗରାଜଙ୍କ ମନ୍ଦିର । ଭୋରରୁ ଆରମ୍ଭ ହୋଇଛି ଲିଙ୍ଗରାଜଙ୍କ ନୀତିକାନ୍ତି। ରାତି ୧୦ରୁ ୧୧ଟା ଭିତରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି। ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲାଗି ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ଉପବାସ ରହି ଜାଗର ଜାଳିବେ ଶୈବଭକ୍ତ । ଭୋର ୩ ପହଡ ଖୋଲିବା ପରେ ୩ ଟାରୁ ସାଢେ ୩ଟା ମଙ୍ଗଳ ଆଳତୀ ଓ ଅବକାଶ ନୀତି । ଭୋର ୩ ଟା ୩୦ରୁ ଦିନ ୧୧ଟା ପର୍ୟ୍ୟନ୍ତ ସାହାଣମେଲା ଦର୍ଶନ ରହିଛି ।

ଏହାପରେ ଛାମୁ ପରିଷ୍କାର, ମାହାସ୍ନାନ ଓ ବେଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଶୀଜୀଉଙ୍କ ଓ ଠାକୁରାଣୀଙ୍କ ବଲ୍ଲଭ ଓ ସକାଳ ଧୂପ, ଭୋଗ ମଣ୍ଡପ ନୀତି ହେବ । ଚାରି ପ୍ରହର ପୂଜା ପରେ ହରିହର ଭେଟ ହେବ ବୋଲି ନିତୀନିଘଣ୍ଟ କରାଯାଇଛି । ବାବା ଲିଙ୍ଗରାଜଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଶ୍ରୀଲିଙ୍ଗରାଜ ଓ କପିଳେଶ୍ଵରଙ୍କ ଶୃଙ୍ଖଳିତ ଜାଗରଯାତ୍ରା ଲାଗି ବିଏମସି ମାର୍ଗଦର୍ଶିକା ଜାରିକରିଛି । ଅତିରିକ୍ତ କମିସନରଙ୍କୁ ପରିଚାଳନା ଦାୟିତ୍ବ ଦିଆଯାଇଛି । ଖାଲି ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ନୁହେଁ ବରଂ ସିଂହଦ୍ଵାର, ଭୋଗ ମଣ୍ଡପ, ଜଗମୋହନ, ଚାହାଣି ମଣ୍ଡପ, ଉତ୍ତର ଦ୍ୱାର, ଦକ୍ଷିଣ ଦ୍ବାର, ମନ୍ଦିର ପଚେରି, କେଦାରଗୌରୀ ମନ୍ଦିର ଓ ମୁକ୍ତେଶ୍ଵର ମନ୍ଦିର ସୌନ୍ଦର୍ଯ୍ୟକରଣ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ! 🔴 ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ, ସରଗରମ ରହିପାରେ ଗୃହ 🔴 ମୋଦି ସରକାରଙ୍କ ପୂଜା ଭେଟି, ଲାଗୁ ହେଲା ନୂଆ ଜିଏସଟି ସ୍ଲାବ୍ 🔴 ଶୋଇଥିବା ବେଳେ ସ୍ୱାମୀଙ୍କୁ ହାଣି ହତ୍ୟା 🔴 ବାଣ ଗୋଦାମରେ ବିସ୍ଫୋରଣ, ଭୁଶୁଡ଼ିଲା କୋଠା ଘର 🔴 ରାତି ସାରା ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ 🔴 ‘ଏବେ ହେବନି ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ’ 🔴 ଆସୁଛି ଦୁଇଟି ଲଘୁଚାପ, ବର୍ଷାରେ ଭିଜିପାରେ ଦଶହରା 🔴 ବାତିଲ୍ ହୋଇପାରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ 🔴 ତୃତୀୟ କିସ୍ତି ସୁଭଦ୍ରା ଟଙ୍କାରୁ ବାଦ ପଡ଼ିଲେ ୩ ଲକ୍ଷ ୯୯ ହଜାର ୩୫୨ ଜଣ 🔴 ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ! 🔴 ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ, ସରଗରମ ରହିପାରେ ଗୃହ 🔴 ମୋଦି ସରକାରଙ୍କ ପୂଜା ଭେଟି, ଲାଗୁ ହେଲା ନୂଆ ଜିଏସଟି ସ୍ଲାବ୍ 🔴 ଶୋଇଥିବା ବେଳେ ସ୍ୱାମୀଙ୍କୁ ହାଣି ହତ୍ୟା 🔴 ବାଣ ଗୋଦାମରେ ବିସ୍ଫୋରଣ, ଭୁଶୁଡ଼ିଲା କୋଠା ଘର 🔴 ରାତି ସାରା ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ 🔴 ‘ଏବେ ହେବନି ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ’ 🔴 ଆସୁଛି ଦୁଇଟି ଲଘୁଚାପ, ବର୍ଷାରେ ଭିଜିପାରେ ଦଶହରା 🔴 ବାତିଲ୍ ହୋଇପାରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ 🔴 ତୃତୀୟ କିସ୍ତି ସୁଭଦ୍ରା ଟଙ୍କାରୁ ବାଦ ପଡ଼ିଲେ ୩ ଲକ୍ଷ ୯୯ ହଜାର ୩୫୨ ଜଣ