Masthead

ବୃଦ୍ଧଙ୍କୁ ଅଟକାଇ କଟୁରୀରେ ହତ୍ୟା

ଯାଜପୁର (ବଡ଼ ଖବର ବ୍ୟୁରୋ): ବୃଦ୍ଧଙ୍କୁ ଅଟକାଇ କଟୁରୀରେ ହତ୍ୟା । ଯାଜପୁର ସଦର ଥାନା ଯମଧର ନିକଟରେ ଘଟିଛି ଏହି ଘଟଣା । ଅଭିଯୁକ୍ତ ସୁରେନ୍ଦ୍ର ବେହେରାକୁ କାବୁ କରି ଅଟକ ରଖିଛି ସଦରଥାନା ପୋଲିସ । ସୂଚନା ଅନୁସାରେ କାଳନ୍ଦୀ ମଲ୍ଲିକ ନିଜ ସହଯୋଗୀଙ୍କ ସହ ସରପଂଚଙ୍କ ଘରୁ ଏକ ଘଟଣାର ସମାଧାନ ଲାଗି ଆସି ନିଜ ଗାଁ ସ୍ୱପ୍ନେଶ୍ବର ପୁର ଯାଉଥିବା ବେଳେ ହତ୍ୟାକାରୀ ସୁରେନ୍ଦ୍ର ବେହେରା ରାସ୍ତା କଡରେ କଟୁରୀରେ ଖଜୁରୀ କାଟୁଥିଲା ।

ଏହି ସମୟରେ ବାଇକକୁ ଅଟକାଇ ପଛରେ ବସିଥିବା କାଳନ୍ଦୀଙ୍କ ବେକକୁ କଟୁରୀରେ ହାଣି ଦେଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପୋଲିସ ପହଚିଂ ଅଭିଯୁକ୍ତ ସହ କଟୁରୀକୁ କାବୁ କରିଛି । ଅଭିଯୁକ୍ତ ମାନସିକ ବିକୃତ ବୋଲି ଚର୍ଚ୍ଚା ହେଉଥିବା ବେଳେ ପୂର୍ବ ଶତ୍ରୁତାରୁ ହତ୍ୟା ହୋଇଥିବା ପରିବାର ଲୋକ ଓ ପୋଲିସ ସନେ୍ଦହ କରୁଛି । ସାଇଣ୍ଟଫିକ ଟିମର ତଦନ୍ତ ପରେ ପୋଲିସ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡିବ ବୋଲି ପୋଲିସ ସୂଚନା ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ