Masthead

ପୋଲ ଉପରେ ଝୁଲିଲା ଜନନୀ ଏକ୍ସପ୍ରେସ

ନୀଳଗିରି (ବଡ଼ ଖବର ବ୍ୟୁରୋ): ନୀଳଗିରି-ଉଦଳା ୧୯ ନମ୍ବର ରାଜ୍ୟ ରାଜପଥର ପାନବଜାର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରୋଗୀ ଆଣିବାକୁ ଯିବା ବେଳେ ନିର୍ମାଣାଧୀନ ପୋଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଜନନୀ ଏକ୍ସପ୍ରେସ । ବ୍ୟାରିକେଡ ଭାଙ୍ଗି କଲଭଟ ଉପରେ ଛୁଲି ରହିଛି ଆମ୍ବୁଲାନ୍ସ । ଦ୍ରୁତ ଗତିରେ ଯାଉଥିବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଆମ୍ବୁଲାନ୍ସ ଡ୍ରାଇଭର ସୁରକ୍ଷିତ ଥିବା ବେଳେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ଗତକାଲି ବିଳମ୍ୱିତ ରାତିରେ ଜନନୀ ଏକ୍ସପ୍ରେସ ପେସେଣ୍ଟ ଆଣିବାକୁ ଯାଉଥିବା ସମୟରେ ଉକ୍ତ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକ ମାନେ ଅନୁମାନ କରୁଛନ୍ତି । ତେବେ ପୋଲ ପୁର୍ବରୁ ଷ୍ଟପ ବୋର୍ଡ, ମାଟି ନିର୍ମିତ ହମ୍ପସକୁ ଟପି ଗାଡିଟି ଅର୍ଦ୍ଧନିର୍ମିତ ପୋଲ ଉପରେ ପଡିଥିବା ଦେଖାଯାଇଛି। ଆମ୍ବୁଲାନ୍ସ ଡ୍ରାଇଭରର ଅତ୍ୟଧିକ ଦାୟିତ୍ୱହୀନତା ପାଇଁ ଏପରି ଘଟି ଥିବା କୁହାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ