Masthead

ଅଖାରୁ ମହିଳାଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର, (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ସହରରେ ଚାଞ୍ଚଲ୍ୟ । ଏକ ଅଖା ଭିତରୁ ମିଳିଲା ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ। କେନ୍ଦୁଝର ସହର ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ବାଇପାସ ନିକଟ ରାସ୍ତାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ କିଛି ସ୍ଥାନୀୟ ଲୋକ ଯିବା ଆସିବା କରିବା ସମୟରେ ସେମାନେ ଏକ ଅଖାରେ କିଛି ବନ୍ଧା ହୋଇ ପଡ଼ିଥିବାର ଦେଖିଥିଲେ। ଅଖାଟି ରକ୍ତରେ ଭିଜିଯାଇଥିଲା। ବସ୍ତା ପଡ଼ିଥିବା ସ୍ଥାନ ପାଖ ବୁଦା ନିକଟରେ ଏକ ଟିଭିଏସ୍ ମୋପେଡ୍ ମୋଟର ସାଇକେଲ ସହ ଏକ କଳା ରଙ୍ଗର ହେଲମେଟ ମଧ୍ୟ ପଡ଼ିଥିଲା। ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ବସ୍ତା ଭିତରେ ଜଣେ ମହିଳାଙ୍କ ମୃତଦେହ ଥିବା ଜାଣିବାକୁ ପାଇଥିଲା ପୋଲିସ। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ଟିଭିଏସ୍ ମୋପେଡ୍ ମୋଟର ସାଇକେଲଟି ସକାଳୁ ସକାଳୁ ମୃତଦେହ ନିକଟରେ ପଡ଼ିଥିଲା କିନ୍ତୁ ପୋଲିସ ଆସିବାବେଳକୁ ମୋପେଡଟିକୁ ସେ ସ୍ଥାନରୁ କିଏ ନେଇଯାଇଥିବା ଦେଖିବାକୁ ମିଳିଥିଲା। ପ୍ରାଥମିକ ତଦନ୍ତରୁ କେହି ଜଣେ ମହିଳାଙ୍କୁ ଅନ୍ୟ କୌଣସି ସ୍ଥାନରେ ହତ୍ୟା କରି ଏଠାରେ ଆଣି ଫିଙ୍ଗିଦେଇଥିବା ପୋଲିସ ଅନୁମାନ କରୁଛି। ଯାଞ୍ଚରୁ ଜଣା ପଡ଼ିଛି, ଏହି ଓଡି୨୫-ଇ୦୯୧୭ ରେଜିଷ୍ଟ୍ରେସନ ନମ୍ବର ଥିବା ମୋପେଡଟି ନୟାଗଡ଼ ଅଞ୍ଚଳର ଦିଲୀପ ଦଳେଇଙ୍କ ନାମରେ ପଞ୍ଜୀକୃତ ହୋଇଛି। ଘଟଣାର ଅଧିକ ତଦନ୍ତ ପରେ ମୃତ୍ୟୁ ରହସ୍ୟ ଜଣାପଡ଼ିବ ବୋଲି ପୋଲିସ କହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼