Masthead

ଚାଲିଛି ଅଙ୍କକଷା, ରିପିଟ୍‌ ନା ନୂଆମୁହଁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ପାଇଁ ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ୧୮ ଆସନରୁ ୪ମହିଳା ୧୪ ପୁରୁଷଙ୍କୁ ଟିକେଟ ମିଳିଛି । ହେଲେ ବାକି ରହିଛି କଟକ, ଯାଜପୁର, କନ୍ଧମାଳ । ଏହି ସବୁ ଆସନରେ କାହିଁକି ବିଳମ୍ବ ହେଉଛି ପ୍ରାର୍ଥୀ ଚୟନ । ୧୮ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିବାବେଳ ଆଉ ୩ ଆସନ ପାଇଁ ଟିକେଟ ଘୋଷଣା ହୋଇ ନାହିଁ । ଏବେ ଅପେକ୍ଷା ରହିଛି ବାକି ଥିବା କଟକ, ଯାଜପୁର ଏବଂ କନ୍ଧମାଳ ଆସନଲାଗି ଦଳ କାହାକୁ ପ୍ରାର୍ଥୀ କରିବ ?

କନ୍ଧମାଳରୁ ଗତ ଥର ସାଂସଦ ପ୍ରାର୍ଥୀ ଭାବେ ଲଢ଼ିଥିବା ଖାରବେଳ ସ୍ୱାଇଁ ଏଥର କନ୍ଧମାଳରୁ ଲଢ଼ିବେନି ବୋଲି କହିସାରିଛନ୍ତି । ତେଣୁ ତାଙ୍କ ବଦଳରେ କିଏ ପାର୍ଥୀ ହେବ, ସେନେଇ ଚର୍ଚ୍ଚା ହେଉଥିବା ବେଳେ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ନାଁ ଚର୍ଚ୍ଚାରେ ରହିଛି । ସେହିପରି କଟକ ଆଉ ଯାଜପୁର ଲାଗି ବିଜେପି ଭିନ୍ନ ଅଙ୍କ କଷୁଛି । ଯାଜପୁରରୁ ଗତ ଥର ସାଂସଦ ଲଢ଼ିଥିବା ଅମୀୟ ମଲ୍ଲିକଙ୍କୁ ଦଳ ତାଙ୍କ ଜାଗାରେ ଜଣେ ନୂଆ ମୁହଁ ଦେବ ବୋଲି କୁହାଯାଉଛି।

ସେହିପରି କଟକ ଲୋକସଭା ସିଟରୁ ଗତ ଥର ନିର୍ବାଚନ ଲଢ଼ିଥିବା ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କୁ ରିପିଟ ନକରି ଦଳ ନୂଆ ନେତାଙ୍କୁ ପ୍ରାର୍ଥୀ କରିବ ବୋଲି ଶୁଣାଯାଉଛି । କଟକ ସାଂସଦ ଭର୍ତ୍ତୃହରି ମହତାବ ବିଜେଡି ଛାଡ଼ିବା ପରେ ଜିଲ୍ଲାର ନୂଆ ରାଜନୈତିକ ସମୀକରଣ ଓ ତାଙ୍କୁ ନେଇ ଦଳ ଶକ୍ତିଶାଳୀ ହେବାକୁ ପ୍ଲାନ କରୁଥିବାରୁ ପ୍ରାର୍ଥୀ ଘୋଷଣା ହୋଇନି ବୋଲି ସୂଚନା ମିଳୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି