ମେ ୨୬ରେ ଆଇପିଏଲ ଫାଇନାଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ ୨୦୨୪ । ଲୋକସଭା ନିର୍ବାଚନ ଯୋଗୁଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଟାଟା ଆଇପିଏଲ-୨୦୨୪ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଜାରି କରାଯାଇନଥିଲା । ହେଲେ ଆଜି ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଜାରି କରିଛି ବୋର୍ଡ । ମେ ୨୬ ତାରିଖରେ ଚେନ୍ନାଇରେ ଫାଇନାଲ ମ୍ୟାଚ ଖେଳାଯିବ ।

୧୩ଟି ସହରରେ ୭୪ଟି ମ୍ୟାଚ ଖେଲାଯିବ । ପୂର୍ବରୁ ୧୭ ଦିନ ପାଇଁ କେବଳ ୨୧ଟି ମ୍ୟାଚର କାର୍ଯ୍ୟସୂଚୀ ଜାରି କରାଯାଇଥିଲା । ଏବେ ବୋର୍ଡ ପକ୍ଷରୁ ଆଉ ୫୩ଟି ମ୍ୟାଚ ପାଇଁ ତାରିଖ ଘୋଷଣା କରାଯାଇଛି । ଗତ ମାସରେ ବିସିସିଆଇ ୧୭ ଦିନର ଶିଡ୍ୟୁଲ କରିଥିଲା । ସେଥିରେ ମାର୍ଚ୍ଚ ୨୨ରୁ ଏପ୍ରିଲ ୭ ପର୍ୟ୍ୟନ୍ତ ମ୍ୟାଚର ତାରିଖ ଓ ଭେନ୍ୟୁ ରହିଥିଲା । ଏବେ ଏପ୍ରିଲ ୮ରୁ ମେ ୨୬ ପର୍ୟ୍ୟନ୍ତ ମ୍ୟାଚର ସବିଶେଷ ବିବରଣୀ ଜାରି କରାଯାଇଛି । ଟୁର୍ଣ୍ଣାମେଣ୍ଟର ଫାଇନାଲ ମେ ୨୬ରେ ଚେନ୍ନଇର ଏମଏ ଚିଦମ୍ବରମ୍ ଷ୍ଟାଡିୟମରେ ଖେଳାଯିବ । ୧୩ଟି ସହରରେ ୭୪ଟି ମ୍ୟାଚ ଖେଳାଯିବ । ଚେନ୍ନାଇ, ବେଙ୍ଗାଲୁରୁ, ମୁମ୍ବାଇ, ହାଇଦ୍ରାବାଦ, ଜୟପୁର, କୋଲକାତା, ଦିଲ୍ଲୀ, ମୋହାଲି, ଅହମଦାବଦ, ଓ ଲକ୍ଷ୍ନୌ ପରି ୧୦ଟି ମୁଖ୍ୟ ସହର ସମେତ ବିଶାଖାପଟ୍ଟନମ୍, ଗ୍ୱାହାଟୀ ଓ ଧର୍ମଶାଳା ସାମିଲ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’