Masthead

ନିର୍ବାଚନ ଆୟୋଗଙ୍କ ଗାଇଡଲାଇନକୁ ବିଜେଡି ଉଲ୍ଲଂଘନ କରୁଛି: ବିଜେପି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସାଧାରଣ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିବା ମାତ୍ରେ ସମଗ୍ର ଦେଶ ସମେତ ରାଜ୍ୟରେ ମଧ୍ୟ ନିର୍ବାଚନ ଆଚରଣବିଧି ଲାଗୁ ହୋଇଯାଇଛି । ତା ପରେ ବି ଶାସକ ବିଜୁ ଜନତା ଦଳ ସରକାରୀ ଅଧିକାରୀମାନଙ୍କୁ ଦଳୀୟ ସ୍ୱାର୍ଥ ପାଇଁ ଜାଣିଶୁଣି ବ୍ୟବହାର କରୁଛି ବୋଲି ବିଜେପି ଅଭିଯୋଗ କରିଛି ।

ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ମିଶନ ଶକ୍ତି ଗ୍ରାମ ପଂଚାୟତ ସ୍ତରୀୟ ଫେଡେରେସନ୍‌ର ସଭାପତି, ସମ୍ପାଦକ, ଏମ୍‌ବିକେ, ସିଆର୍‌ପି ମାନଙ୍କୁ ଡାକି ସାଲେପୁରର ବିକେ ମଣ୍ଡପଠାରେ ଗତ ୨୩ ତାରିଖ ଦିନ ଏକ ଦଳୀୟ ବୈଠକରେ ସାମିଲ୍ କରିଥିବା କଥା ବିଜେପି କହିଛି । ଯେଉଁ ବୈଠକରେ ବିଜୁ ଜନତା ଦଳର ଦଳୀୟ ବ୍ୟାନର୍ ଲାଗିଥିଲା । ଏମ୍‌ବିକେ ଓ ସିଆର୍‌ପିର ମହିଳାମାନେ ବେତନପ୍ରାପ୍ତ ସରକାରୀ କର୍ମଚାରୀ ହୋଇଥିବାରୁ ସେମାନଙ୍କୁ ଦଳୀୟ ନିର୍ବାଚନ ପ୍ରଚାର କାର୍ୟ୍ୟରେ ବ୍ୟବହାର କରାଯାଇ ପାରିବନାହିଁ । ଏହା ଦ୍ୱାରା ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟି ହେବାରେ ଆଶଙ୍କା ରହିଛି । ସରକାରୀ କର୍ମଚାରୀମାନେ ନିଜ କର୍ତବ୍ୟ ଓ ଦାୟିତ୍ୱ ଭୁଲି ଶାସକ ଦଳର ଏଜେଂଟ ଭାବେ କାର୍ୟ୍ୟ କରିବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ଅଣସାମ୍ବିଧାନିକ ବୋଲି ବିଜେପି କହିଛି । ନିର୍ବାଚନ ପରିଚାଳନାକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରାଇବା ଦାୟୀତ୍ୱ ହେଉଛି ନିର୍ବାଚନ କମିଶନଙ୍କର, ଆଉ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକୁ ପାଳନ କରିବା ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କର ।

ଦ୍ୱିତୀୟରେ ଯେତେବେଳେ ନିର୍ବାଚନ ଆସେ ସେତେବେଳେ ମଦର ବହୁଳ ବ୍ୟବହାର ଦେଖାଯାଏ । କାରଣ ମଦ ଦେଇ ବହୁ ଲୋକଙ୍କୁ ପ୍ରଲୋଭନ ଦେଖାଇ ଭୋଟ କିଣାଯାଏ । ନିର୍ବାଚନ ଆଚରଣବିଧି ଲାଗୁ ହୋଇସାରିବା ପରେ ଗାଇଡଲାଇନ ଅନୁଯାୟୀ ମଦ ଦୋକାନ ଖୋଲିବାର ଅନୁମତି ଦେବା ସଠିକ୍ ନୁହେଁ । ଯାଜପୁର ଜିଲ୍ଲାର ପାଂସା ଗ୍ରାମ ପଂଚାୟତ ଅନ୍ତର୍ଗତ ଅଙ୍କୁଳା ଗ୍ରାମଠାରେ ସୁଶାନ୍ତ କୁମାର ଜେନା ଗୋଟେ ଅବୈଧ ଭାବେ ଅସ୍ଥାୟୀ ମଦ ଦୋକାନ ଖୋଲିଛନ୍ତି । ଯାହାକି ବେଆଇନ ଭାବେ ମଦ ଦୋକାନ ଘର ନଥାଇ ମଦ ଲାଇସେନ୍ସ ଇସ୍ୟୁ କରିବା ଭଳି ଚଂଚକତା କରି ମଦକୁ ପ୍ରୋତ୍ସାହନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏଭଳି ବେଆଇନ କାର୍ୟ୍ୟରୁ ରାଜ୍ୟ ସରକାର ନିବୃତ ରହିବା ସହ ବେଆଇନ ମଦ ଦୋକାନକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଡା. ଐଶ୍ୱର୍ୟ୍ୟା ବିଶ୍ୱାଳ ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବୀ କରିଛନ୍ତି ।

ବିଭିନ୍ନ ଜିଲ୍ଲାରେ ଦୀର୍ଘ ବର୍ଷ ଧରି ଅଥବା ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅବସ୍ଥାପିତ ଥିବା ବହୁ ଅଧିକାରୀ ଦୃଷ୍ଟିଗୋଚର ହେଉଛନ୍ତି । ସେହିପରି କଟକ ଜିଲ୍ଲାରେ ୬ବର୍ଷରୁ ଉର୍ଦ୍ଧ୍ୱ ଚାକିରୀ କରୁଥିବା ଅଫିସରମାନଙ୍କ ବଦଳି ହୋଇନାହିଁ । ଏପରି କରି ନିର୍ବାଚନ ଆୟୋଗଙ୍କ ଗାଇଡଲାଇନକୁ ଶାସକ ବିଜେଡି ବାରମ୍ବାର ଉଲ୍ଲଂଘନ କରୁଛି । ସରକାରୀ ଅଧିକାରୀମାନଙ୍କୁ ତୁରନ୍ତ ବଦଳି କରାଯିବାକୁ ସଂପୃକ୍ତ ବିଭାଗର ଉଚ୍ଚ ପଦାଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି କରନ୍ତୁ ବୋଲି ଅରିନ୍ଦମ ରାୟ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର!