Before Header

ମହିଳା ଟି-୨୦ ବିଶ୍ୱକପ୍, ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସେମିଫାଇନାଲ

0 29

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମହିଳା ଟି-୨୦ ବିଶ୍ୱକପ୍ । ଆଜି ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସେମିଫାଇନାଲ । ଇଂଲଣ୍ଡ ଓ ଆୟୋଜକ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ। ଅଷ୍ଟ୍ରେଲିଆ ପରେ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଇତିହାସରେ ଇଂଲଣ୍ଡ ୨ୟ ସଫଳ ଦଳ। ୨୦୦୯ରେ‌ ଏହା ଚମ୍ପିଆନ୍ ହେବା ପରେ ୩ ଥର ରନର୍ସଅପ୍ ହୋଇଛି । ଏହାକୁ ମିଶାଇ ଇଂଲଣ୍ଡ ୭ମ ଥର ସେମିଫାଇନାଲ ଖେଳିବ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ମୋଟ ୮ଟି ସଂସ୍କରଣରୁ ୩ୟ ଥର ସେମିରେ ପହଞ୍ଚିଛି। ଗ୍ରୁପ୍-୨ରେ ଥିବା ଇଂଲଣ୍ଡ ତା’ର ଶେଷ ଲିଗ୍‌ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ଯେପରି ପ୍ରାଧାନ୍ୟ ବିସ୍ତାରକରି ଜିତିଥିଲା ; ତାହା ଦଳକୁ ଦୃଢ଼ ମନୋବଳ ପ୍ରଦାନ କରିଥିଲା। ଇଂଲଣ୍ଡ ୨୦ ଓଭରରେ ୨୧୩ ରନ୍‌ କରିଥିଲା ।

Leave A Reply

Your email address will not be published.