Masthead

ଲକ୍ଷ୍ମୀପୁର ବିଜେଡିରେ ବିଦ୍ରୋହ

ଲକ୍ଷ୍ମୀପୁର (ବଡ଼ ଖବର ବ୍ୟୁରୋ): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀର ବିଜେଡି ଦଳରେ ବିଧାୟକ ପ୍ରାର୍ଥୀକୁ ନେଇ ବିଦ୍ରୋହ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ପୂର୍ବତନ କଂଗ୍ରେସ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ଦଳର ବିଧାୟକ ପ୍ରଭୁ ଜାନିଙ୍କ ଠାରୁ ମାତ୍ର ଅଳ୍ପ ବ୍ୟବଧାନ ୨୨୯ ଖଣ୍ଡ ଭୋଟରେ ହାରି ଯାଇଥିଲେ । ଏହାପରେ କୈଳାସ ଚନ୍ଦ୍ର କୁଲେସିକା କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଥିଲେ ।

ବିଜେଡି ଦଳରେ ଥାଇ ବିଧାୟକ ପ୍ରାର୍ଥୀ ଭାବେ ନିଜ ଦଳକୁ ପରିଚିତ କରାଇବା ପାଇଁ ପ୍ରାଣପଣେ ଚେଷ୍ଟା ଜାରି ରଖି ସାଧାରଣ ଲୋକଙ୍କ ସୁଖଦୁଃଖ ଜାନିଯାତ୍ରାରେ ସାମିଲ ହୋଇ ସଂଗଠନକୁ ମଜଭୁତ କରିଥିଲେ । ନିକଟରେ କୈଳାସ ଚନ୍ଦ୍ର କୁଲେସିକା ଓ ତାଙ୍କ ଧର୍ମପତ୍ନୀ ସୁଆଇ କୁଲେସିକା ଲକ୍ଷ୍ମୀପୁର ବ୍ଲକ ଅଧ୍ୟକ୍ଷାଙ୍କୁ ଶଙ୍ଖଭବନରୁ ଡାକରା ଆସିଥିଲା । ଯାହା ପରେ କୈଳାସଙ୍କ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀର ବିଜେଡି ଦଳର ବିଧାୟକ ପ୍ରାର୍ଥୀ ଟିକଟ୍ ଏକ ପ୍ରକାର ସୁନିଶ୍ଚିତ ହୋଇଛି । ଯାହାକୁ ନେଇ ଲକ୍ଷ୍ମୀପୁର ଓ ଦଶମନ୍ତପୁର କିଛି ବିଜେଡି କର୍ମୀ ବିରୋଧ କରି ବିଦ୍ରୋହ କରିଥିବା ଦେଖିବାକୁ ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା