Masthead

ମୟୂରଭଞ୍ଜରେ ସୁଦାମ ମାର୍ଣ୍ଡି ବନାମ ନବଚରଣ ମାଝୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଲୋକସଭା ଓ ବିଧାନସଭା ନିର୍ବାଚନରେ ହେବ କଡ଼ା ଫାଇଟ । ବିଜେପି ସବୁ ଲୋକସଭା ଆସନରେ ପ୍ରାର୍ଥୀ ଦେଇସାରିଥିବା ବେଳେ ବିଜେଡି ୧୫ଟି ଆସନରେ ପ୍ରାର୍ଥୀ ଦେଇଛି । ଏମିତି କିଛି ଚର୍ଚ୍ଚିତ ଆସନ ଅଛି ଯେଉଁଠି ହେବ ହାଇଭୋଲଟେଜ ଫାଇଟ । ଏଥର ମୟୂରଭଞ୍ଜ ଆସନରେ ହେବ ଜୋରଦାର ଲଢେଇ । ଏହି ଲୋକସଭା ଆସନରୁ ମୁହାଁମୁହିଁ ହେବେ ବିଜେଡିରୁ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ବିଜେପିରୁ ବିଧାୟକ ନବ ଚରଣ ମାଝୀ। ଆଦିବାସୀ ଚେହେରା ଭାବେ ଉଭୟଙ୍କର ସମଗ୍ର ଜିଲ୍ଲାରେ ସୁନାମ ଓ ପ୍ରଭାବ ରହିଛି । ପୂର୍ବରୁ ଉଭୟ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ଏକାଠି ରାଜନୀତି କରୁଥିଲେ ।

ପୁରୁଣା ସାଥୀ ଏଥର ଲୋକସଭା ଆସନରେ ସାମ୍ନାସାମ୍ନି ହେବେ । ୨୦୧୯ରେ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଚମକ୍ରାର ପ୍ରଦର୍ଶନ କରିଥିଲା ବିଜେପି । କିନ୍ତୁ ପଞ୍ଚାୟତ ଭୋଟରେ ବିଜୁ ଜନତା ଦଳ ବାଜି ମାରିଥିଲା । ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନାମ କାଟି ନବଙ୍କୁ ପ୍ରାର୍ଥୀ କରିଛି ବିଜେପି । ସେହିଭଳି ବିଜେପିର ଲୋକସଭା କ୍ରେଜକୁ ରୋକିବାକୁ ବିଜେଡି ଜିଲ୍ଲାର ସବୁଠୁ ପ୍ରଭାବୀ ନେତା ସୁଦାମ ମାର୍ଣ୍ଡିଙ୍କୁ ଛାଡ଼ିଛି । ରାଇରଙ୍ଗପୁର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭାରତର ରାଷ୍ଟ୍ରପତି ଭଳି ଆସନ ପର୍ଯ୍ୟନ୍ତ ପହଞ୍ଚାଇଛି ବିଜେପି । ସେହି ରାଇରଙ୍ଗପୁରରୁ ଗତଥର ଜିତିଥିଲେ ନବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି