Masthead

ବିଜେପିର ନିର୍ବାଚନୀ ଇସ୍ତାହାର କମିଟି ଘୋଷଣା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଗାମି ସାଧାରଣ ନିର୍ବାଚନ ପାଇଁ ବିଜେପି ନିଜର ନିର୍ବାଚନୀ ଇସ୍ତାହାର କମିଟି ଘୋଷଣା କରିଛି । ଏହି କମିଟିର ଅଧ୍ୟକ୍ଷ ହେଇଛନ୍ତି ରାଜନାଥ ସିଂହ । ସେହିପରି ନିର୍ମଳା ସୀତାରମଣଙ୍କୁ କମିଟିର ସଂଯୋଜକ ଦାୟିତ୍ୱ ମିଳିଥିବା ବେଳେ ପୀୟୁଷ ଗୋୟଲଙ୍କୁ ମିଳିଛି ସହ ସଂଯୋଜକ ଦାୟିତ୍ୱ। ଏହି କମିଟିରେ ମୋଟ ୨୭ ଜଣ ସଦସ୍ୟଙ୍କୁ ସ୍ଥାନ ମିଳିଛି ।

https://x.com/BJP4India/status/1774018379994591239?s=20

ଓଡିଶାରୁ ସୁନ୍ଦରଗଡ ସାଂସଦ ଜୁଏଲ୍ ଓରାମ ଏହି କମିଟିରେ ସ୍ଥାନ ପାଇଛନ୍ତି । ସେହିପରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ସାମିଲ କରାଯାଇଛି ।

ଅନ୍ୟମାନଙ୍କ ମଧ୍ୟରେ ଅର୍ଜୁନ ମୁଣ୍ଡା, ଭୁପେନ୍ଦ୍ର ଯାଦବ, ସ୍ମୃତି ଇରାନୀ, ଅର୍ଜୁନରାମ ମେଘବାଲ, କିରଣ ରିଜିଜୁ, ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ଭୁପେନ୍ଦ୍ର ପଟେଲ, ହେମନ୍ତ ବିଶ୍ୱଶର୍ମା, ବିଷ୍ଣୁଦେବ ସାଏ, ରବିଶଙ୍କର ପ୍ରସାଦ, ସୁଶୀଲ ମୋଦୀ, କେଶବ ପ୍ରସାଦ ମୌର୍ଯ୍ୟ, ରାଜୀବ ଚନ୍ଦ୍ରଶେଖର, ବିନୋଦ ତାୱଡେ, ରାଧାମୋହନ ଦାସ, ଓପି ଧନଖଡ, ଅନୀଲ ଆଣ୍ଟୋନି, ତାରିକ ମନସୁରଙ୍କ ଭଳି ନେତା ଏହି କମିଟିରେ ସ୍ଥାନ ପାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା