Masthead

ବାଲେଶ୍ବରରୁ ବିଜେଡି ପ୍ରାର୍ଥୀ କିଏ ?

ବାଲେଶ୍ବର(ବଡ଼ ଖବର ବ୍ୟୁରୋ): କିଏ ହେବ ବାଲେଶ୍ବର ବିଜେଡି ସାଂସଦ ପ୍ରାର୍ଥୀ ? ବର୍ତ୍ତମାନର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଟକ୍କର ଦେବା ପାଇଁ କାହା ଉପରେ ଭରଷା କରିବ ଦଳ । ବିଜୁ ଜନତା ଦଳ ୨୦ଟି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କେବଳ ବାଲେଶ୍ୱର ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି । ତେବେ ବାଲେଶ୍ୱର ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ  ପ୍ରାର୍ଥୀ କିଏ ହେବେ ସେନେଇ ନିଷ୍କର୍ଷ ବାହାରି ପାରିନଥିବା ଚର୍ଚ୍ଚା ହେଉଛି ।

ବର୍ତ୍ତମାନର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ପୁଣି ଥରେ ଭରଷା କରିଛି ଦଳ । ସେପଟେ କଂଗ୍ରେସରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନ ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି । ଏପରି ସ୍ଥଳେ ଉଭୟ ହେଭିଓ୍ୱେଟଙ୍କୁ ଟକ୍କର ଦେବା ପାଇଁ ଜଣେ ଟାଣୁଆ ନେତାଙ୍କୁ ଖୋଜୁଛି ଦଳ । ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ନିର୍ବାଚନ ଲଢିବାକୁ ପୂର୍ବରୁ ମନା କରିଥିଲେ । ତେଣୁ ଦଳର ବିଜୟ ପାଇଁ ରାଜ୍ୟସ୍ତରୀୟ ନେତା ରବୀନ୍ଦ୍ର ଜେନାଙ୍କ ସହ ଆଲୋଚନା କରିଛନ୍ତି । ତାଙ୍କୁ ରାଜି କରାଇ ପୁଣି ଥରେ ପ୍ରାର୍ଥୀ କରିବାକୁ ଉଦ୍ୟମ କରାଯାଉଥିବା କୁହାଯାଉଛି । ଏପରି ସ୍ଥିତିରେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ଉପରେ ସାରା ରାଜ୍ୟର ନଜର ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ