Masthead

ମାଛ ଚାଷ କଲେ ପୂର୍ବତନ ବିଧାୟକ

ମାଲକାନଗିରି, (ବଡ଼ ଖବର ବ୍ୟୁରୋ): ମାଛ ଧରୁଛନ୍ତି ପୂର୍ବତନ ବିଧାୟକ । ହଁ ଆଜ୍ଞା କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ପୂର୍ବତନ ମାଲକାନଗିରି ବିଧାୟକ ମାନସ ମାଡ଼କାମି ନିଜ ହାତରେ ଜାଲ ଧରି ପୋଖରୀରୁ ମାଛ ଧରୁଥିବା ଭିଡିଓ ଏବେ ଭାଇରାଲ ହେଉଛି। ତେବେ ମାଛ ମାରିବା ମାଡ଼କାମିଙ୍କର କୌଣସି ସୌକ ନୁହେଁ ବରଂ ପେସା ଯାହା ଏବେ ତାଙ୍କ ନିଶା ପାଲଟିଛି। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ମାଲକାନଗିରି ବିଧାୟକ ଥିଲେ ମାନସ। ଲକଡାଉନ୍ ପରେ ନେତାମାନେ ସାମାଜିକ ଦୁରତା ବଜାୟ ରଖୁଥିବା ବେଳେ ମାନସ କିନ୍ତୁ ଆପଣାଇ ନେଇଛନ୍ତି ତାଙ୍କ ପୁରୁଣା ପେସା ମାଛଚାଷକୁ। ସରପଞ୍ଚଠାରୁ ଆରମ୍ଭ କରି ବ୍ଲକ ଅଧକ୍ଷ ଓ ବିଧାୟକ ହୋଇଥିଲେ ମଧ୍ୟ ମାନସ ତାଙ୍କ ପେସା ଛାଡ଼ିନାହାନ୍ତି। ବିଧାୟକ ଥିବା ସମୟରେ ଲୋକଙ୍କ ସେବା ପାଇଁ ନିଜ କାମ କରିପାରୁ ନ ଥିବା ମାନସ କିନ୍ତୁ ଏବେ ନିଜ ଫାର୍ମହାଉସରେ ସମୟ ବିତାଉଛନ୍ତି ।

କେବଳ ମାଛଚାଷ ନୁହେଁ, ୧୫ ଏକର ଏହି ପୈତୃକ ଜମିରେ ସେ ଏକ ଫାର୍ମ ହାଉସ କରିବା ସହ ୫ଟି ବଡ଼ ପୋଖରୀ କରିଛନ୍ତି । ଯେଉଁଥିରୁ ମାଛ ଧରି ବର୍ଷକୁ ପ୍ରାୟ ୬୦ ରୁ ୭୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ସେ ରୋଜଗାର କରୁଛନ୍ତି । ଏହାସହ କୁକୁଡ଼ା, ବତକ ଓ ଛେଳି ମଧ୍ୟ ପାଳନ କରି ତାହାକୁ ବିକ୍ରି କରୁଛନ୍ତି। ଏତିକି ନୁହେଁ, ନିଜ ଜମିରେ ଏକ ସବୁଜ ପରିବେଶ ସୃଷ୍ଟି କରି ସେଥିରେ ଆମ୍ବ, ଡାଳିମ୍ବ, କଦଳୀ ପରି ଅନେକ ଫଳ ଚାଷ ମଧ୍ୟ କରିଛନ୍ତି। ଅବସର ସମୟରେ ସେ ଏପରି ଚାଷ କାମ କରୁଛନ୍ତି କିନ୍ତୁ ଆଗାମୀ ଦିନରେ ପୁଣି ଥରେ ରାଜନୀତି କରିବା ସହ ଲୋକଙ୍କ ସେବା ଜାରି ରଖିବେ ବୋଲି ସେ କହିଛନ୍ତି । ଏକ ଗରିବ ଆଦିବାସୀ ପରିବାରରେ ଜନ୍ମ ନେଇଥିଲେ ମାନସ। ହେଲେ ବିଧାୟକ ହେବା ପରେ ବି ଜଣେ ଆଦିବାସୀ ଯୁବ ନେତାଙ୍କ ଏପରି ଉଦ୍ୟମ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି