Masthead

ସମର୍ଥକ ସବୁ ବିରୋଧ ପାଲଟିଗଲେ: ସମ୍ବିତ ରାଉତରାୟ

ପାରାଦୀପ(ବଡ଼ ଖବର ବ୍ୟୁରୋ): ପାରାଦୀପରେ କାହାକୁ ମିଳିବ ଟିକେଟ? ଟିକେଟକୁ ନେଇ ଲାଗିରହିଛି ଦ୍ୱନ୍ଦ୍ୱ । ସମ୍ବିତ ରାଉତରାୟଙ୍କ ଟିକେଟ କଟିବା ସମ୍ଭାବନା । ବାପି ସର୍ଖେଲ ବିଜେଡିରେ ମିଶିବା ପରେ ବଢିଲା ଦ୍ୱନ୍ଦ୍ୱ । ଟିକେଟ ଦ୍ୱନ୍ଦ୍ୱ ଭିତରେ ଭାବବିହ୍ୱଳ ହେଲେ ସମ୍ବିତ । କହିଲେ ସମର୍ଥକ ସବୁ ବିରୋଧ ପାଲଟିଗଲେ । ବାପା ଯାହାକୁ ରାଜନୀତିକୁ ଆଣିଥିଲେ ସେମାନେ ବିରୋଧରେ କହୁଛନ୍ତି । ଗତକାଲି ପାରାଦୀପ ବିଧାୟକ ସମ୍ବିତ ରାଉତରାୟ କୁଜଙ୍ଗ ଷଣ୍ଢପୁରରେ ଏକ ସାଙ୍ଗଠନିକ ବୈଠକ ଡକାଇଥିଲେ । ବୈଠକରେ ବିଧାୟକ ଙ୍କ ଭାବପୂର୍ଣ୍ଣ ଭାଷଣ କର୍ମୀଙ୍କୁ ଭାବବିହ୍ୱଳ କରିଛି। ମୋ ବାପା ସ୍ୱର୍ଗତ ଡାକ୍ତର ଦାମୋଦର ରାଉତ ଯେଉଁମାନଙ୍କୁ ରାଜନୀତିକୁ ଆଣିଥିଲେ, ସେହିମାନେ ତାଙ୍କର ମୃତ୍ୟୁର ଦୁଇଦିନ ପରେ ତାଙ୍କୁ ସମାଲୋଚନା କରୁଛନ୍ତି।

ଯାହା ମୋତେ ବହୁତ ବାଧିଛି ବୋଲି କହିବା ସହିତ ନିଜ କୋହ ସମ୍ଭାଳି ପାରିନଥିଲେ ସମ୍ବିତ। ମୁଁ କେଉଁ ପ୍ରକାରର ଅଯୋଗ୍ୟ ଏବଂ ମୁଁ କଣ ଭୁଲ କରିଛି ମୋତେ କୁହନ୍ତୁ ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ। ଆଜିର ସାଗଠନିକ ବୈଠକ ରେ ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟ ମଧ୍ୟ ଯୋଗ ଦେଇ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଆମେ ପ୍ରଚେଷ୍ଟା କରିବୁ, ସେଥିପାଇଁ ମୁଁ ଏହି କର୍ମୀ ସମ୍ମିଳନୀରେ ଯୋଗଦେଇଛି। ଟିକେଟ କଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ବୋଲି ପ୍ରକାଶ କରିଛନ୍ତି। ସେପଟେ ପାରାଦୀପ ବିଜେଡିର ଏକ ଗୋଷ୍ଠୀ ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ କରି ବିଧାୟକଙ୍କୁ ବିରୋଧ କରୁଛନ୍ତି। ଏପରିକି ସ୍ୱର୍ଗତ ଡାକ୍ତର ଦାମୋଦର ରାଉତଙ୍କ ପରିବାରରୁ ଯଦି କାହାରିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଟିକେଟ ଦିଅନ୍ତି , ତେବେ ଆମେ ଅନ୍ୟ ବାଟ ଦେଖିବୁ ବୋଲି କଡା ଚେତାବନୀ ଦେଇଛନ୍ତି। ଯାହାକୁ ନେଇ ବିଧାୟକ ଗୋଷ୍ଠୀ ଓ ବିଜେଡିର ବିରୋଧୀ ଗୋଷ୍ଠୀ ମଧ୍ୟରେ ଏକ ପ୍ରକାର ଛକା ପଞ୍ଝା ଲାଗିରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ