Masthead

ବୃଥା ଗଲା କୋହଲିଙ୍କ ଶତକ, ରାଜସ୍ଥାନକୁ ଜିତାଇଲେ ବଟଲର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆଇପିଏଲ ଟି୨୦ ମ୍ୟାଚରେ ବିରାଟ କୋହଲି ଅଷ୍ଟମ ଶତକ ସତ୍ତ୍ୱେ ପରାଜିତ ହେଲା ଆରସିବି । ଶତକୀୟ ମ୍ୟାଚରେ ବଟଲରଙ୍କ ୧୦୦ଞ୍ଚ ରନ ବଳରେ ରାଜସ୍ଥାନ ରୟାଲ୍ସ ୬ ଉଇକେଟରେ ବିଜୟୀ ହୋଇଛି। ଶନିବାର ଖେଳାଯାଇଥିବା ମ୍ୟାଚରେ କୋହଲିଙ୍କ ୧୧୩ଞ୍ଚ ରନ୍‌ ବଳରେ ଆରସିବି ୩ ଉଇକେଟରେ ୧୮୩ ରନ୍‌ କରିଥିଲା। ଜବାବରେ ରାଜସ୍ଥାନ ୧୯.୧ ଓଭରରେ ୪ ଉଇକେଟ ହରାଇ ୧୮୯ ରନ୍‌ କରିଥିଲା। କ୍ରମାଗତ ଚତୁର୍ଥ ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲ ଶୀର୍ଷରେ ପହଞ୍ଚିଛି ରାଜସ୍ଥାନ। ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ବିରାଟ କୋହଲି ୧୧୩ ଓ ଫାଫ୍‌ ଡୁପ୍ଲେସି ୪୪ ରନ କରି ପ୍ରଥମ ଉଇକେଟରେ ୧୨୫ ରନ୍‌ ଯୋଡିଥିଲେ। ଫାଫ୍‌ ୩୩ ବଲ୍‌ ଖେଳି ୨ଟି ଲେଖାଏ ଛକା ଓ ଚୌକା ସହିତ ୪୪ ରନ୍‌ ସ୍କୋର କରିଥିଲେ। ତେବେ ପ୍ରଥମ ଉଇକେଟର ପତନ ପରେ ଆରସିବିର ସ୍କୋରିଂ ହାର ଧୀମେଇ ଯାଇଥିଲା।

ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ୩ ବଲ୍‌ରୁ ୧ ରନ୍‌ କରିଥିବା ବେଳେ କାମେରନ୍‌ ଗ୍ରୀନ୍‌ ୬ ବଲ୍‌ରୁ ୫ ରନ୍‌ କରି ପାରିଥିଲେ।ବିରାଟ କୋହଲି ଗୋଟିଏ ପଟରୁ ଇନିଂସ ସମ୍ଭାଳିବା ସହ ୧୧୩ ରନ୍‌ କରିଥିଲେ। କୋହଲି ୭୨ ବଲ୍‌ ଖେଳି ୧୨ ଚୌକା ଓ ୪ ଛକା ମାରିଥିଲେ। ରାଜସ୍ଥାନ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୨ ଓ ନାନ୍ଦ୍ରେ ବର୍ଗର ୧ ଉଇକେଟ ନେଇଥିଲେ। ତେବେ ୧୮୪ ରନ୍‌ ଲକ୍ଷ୍ୟର ପିଛା କରୁଥିବା ରାଜସ୍ଥାନ ଖାତା ଖୋଲିବା ଆଗରୁ ଯଶସ୍ବୀ ଜୟସ୍ବାଲଙ୍କ ଉଇକେଟ ହରାଇଥିଲା।

ଜୋଶ ବଟଲର ୧୦୦ ଓ ସଞ୍ଜୁ ସାମସନ୍‌ ୬୯ ରନ କରି ଦ୍ୱିତୀୟ ଉଇକେଟରେ ୧୪୮ ରନ୍‌ ଯୋଡିଥିଲେ। ଆଇପିଏଲ କ୍ୟାରିୟରର ଷଷ୍ଠ ଶତକ ହାସଲ କରିଥିବା ବଟଲର ୫୮ ବଲ୍‌ ଖେଳି ୯ ଚୌକା ଓ ୪ ଛକା ମାରିଥିଲେ। ଅନ୍ୟ ପକ୍ଷରେ ସାମସନ୍‌ ୪୨ ବଲ୍‌ ଖେଳି ୮ ଚୌକା ଓ ୨ ଛକା ମାରିଥିଲେ। ଅନ୍ତିମ ଓଭରର ପ୍ରଥମ ବଲରେ ଛକା ମାରି ମ୍ୟାଚ୍‌କୁ ଷ୍ଟାଇଲରେ ଶେଷ କରିଥିଲେ ବଟଲର। ରିସି ଟପ୍‌ଲେ ୨ ଉଇକେଟ ନେଇଥିବା ବେଳେ ମହମ୍ମଦ ସିରାଜ ଓ ୟଶ ଦୟାଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ