Masthead

ବୃଥା ଗଲା କୋହଲିଙ୍କ ଶତକ, ରାଜସ୍ଥାନକୁ ଜିତାଇଲେ ବଟଲର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆଇପିଏଲ ଟି୨୦ ମ୍ୟାଚରେ ବିରାଟ କୋହଲି ଅଷ୍ଟମ ଶତକ ସତ୍ତ୍ୱେ ପରାଜିତ ହେଲା ଆରସିବି । ଶତକୀୟ ମ୍ୟାଚରେ ବଟଲରଙ୍କ ୧୦୦ଞ୍ଚ ରନ ବଳରେ ରାଜସ୍ଥାନ ରୟାଲ୍ସ ୬ ଉଇକେଟରେ ବିଜୟୀ ହୋଇଛି। ଶନିବାର ଖେଳାଯାଇଥିବା ମ୍ୟାଚରେ କୋହଲିଙ୍କ ୧୧୩ଞ୍ଚ ରନ୍‌ ବଳରେ ଆରସିବି ୩ ଉଇକେଟରେ ୧୮୩ ରନ୍‌ କରିଥିଲା। ଜବାବରେ ରାଜସ୍ଥାନ ୧୯.୧ ଓଭରରେ ୪ ଉଇକେଟ ହରାଇ ୧୮୯ ରନ୍‌ କରିଥିଲା। କ୍ରମାଗତ ଚତୁର୍ଥ ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲ ଶୀର୍ଷରେ ପହଞ୍ଚିଛି ରାଜସ୍ଥାନ। ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ବିରାଟ କୋହଲି ୧୧୩ ଓ ଫାଫ୍‌ ଡୁପ୍ଲେସି ୪୪ ରନ କରି ପ୍ରଥମ ଉଇକେଟରେ ୧୨୫ ରନ୍‌ ଯୋଡିଥିଲେ। ଫାଫ୍‌ ୩୩ ବଲ୍‌ ଖେଳି ୨ଟି ଲେଖାଏ ଛକା ଓ ଚୌକା ସହିତ ୪୪ ରନ୍‌ ସ୍କୋର କରିଥିଲେ। ତେବେ ପ୍ରଥମ ଉଇକେଟର ପତନ ପରେ ଆରସିବିର ସ୍କୋରିଂ ହାର ଧୀମେଇ ଯାଇଥିଲା।

ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ୩ ବଲ୍‌ରୁ ୧ ରନ୍‌ କରିଥିବା ବେଳେ କାମେରନ୍‌ ଗ୍ରୀନ୍‌ ୬ ବଲ୍‌ରୁ ୫ ରନ୍‌ କରି ପାରିଥିଲେ।ବିରାଟ କୋହଲି ଗୋଟିଏ ପଟରୁ ଇନିଂସ ସମ୍ଭାଳିବା ସହ ୧୧୩ ରନ୍‌ କରିଥିଲେ। କୋହଲି ୭୨ ବଲ୍‌ ଖେଳି ୧୨ ଚୌକା ଓ ୪ ଛକା ମାରିଥିଲେ। ରାଜସ୍ଥାନ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୨ ଓ ନାନ୍ଦ୍ରେ ବର୍ଗର ୧ ଉଇକେଟ ନେଇଥିଲେ। ତେବେ ୧୮୪ ରନ୍‌ ଲକ୍ଷ୍ୟର ପିଛା କରୁଥିବା ରାଜସ୍ଥାନ ଖାତା ଖୋଲିବା ଆଗରୁ ଯଶସ୍ବୀ ଜୟସ୍ବାଲଙ୍କ ଉଇକେଟ ହରାଇଥିଲା।

ଜୋଶ ବଟଲର ୧୦୦ ଓ ସଞ୍ଜୁ ସାମସନ୍‌ ୬୯ ରନ କରି ଦ୍ୱିତୀୟ ଉଇକେଟରେ ୧୪୮ ରନ୍‌ ଯୋଡିଥିଲେ। ଆଇପିଏଲ କ୍ୟାରିୟରର ଷଷ୍ଠ ଶତକ ହାସଲ କରିଥିବା ବଟଲର ୫୮ ବଲ୍‌ ଖେଳି ୯ ଚୌକା ଓ ୪ ଛକା ମାରିଥିଲେ। ଅନ୍ୟ ପକ୍ଷରେ ସାମସନ୍‌ ୪୨ ବଲ୍‌ ଖେଳି ୮ ଚୌକା ଓ ୨ ଛକା ମାରିଥିଲେ। ଅନ୍ତିମ ଓଭରର ପ୍ରଥମ ବଲରେ ଛକା ମାରି ମ୍ୟାଚ୍‌କୁ ଷ୍ଟାଇଲରେ ଶେଷ କରିଥିଲେ ବଟଲର। ରିସି ଟପ୍‌ଲେ ୨ ଉଇକେଟ ନେଇଥିବା ବେଳେ ମହମ୍ମଦ ସିରାଜ ଓ ୟଶ ଦୟାଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ