Masthead

୬ ମାସ ଜେଲ ଜୀବନ କେମିତି ଥିଲା ବଖାଣିଲେ ସଞ୍ଜୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜେଲ୍‌ରେ ୬ ମାସ କେମିତି କାଟିଥିଲେ ବଖାଣିଲେ ଆପ ଏମପି ସଞ୍ଜୟ ସିଂ । ଦିଲ୍ଲୀ ଏକ୍ସାଇଜ ପଲିସି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ରାଜ୍ୟ ସଭା ସଦସ୍ୟ ସିଂଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ପ୍ରାୟ ୬ ମାସ ଧରି ତିହାର ଜେଲରେ ବନ୍ଦୀ ହେବା ପରେ ସେ ବୁଧବାର ତିହାର ଜେଲ୍‌ରୁ ବାହାରିଥିଲେ। ଏକ ସାକ୍ଷାତକାରରେ ସେ ତିହାରରେ ବିତାଇଥିବା ଦିନଗୁଡ଼ିକୁ ମନେ ପକାଇଛନ୍ତି।

ସେ କହିଛନ୍ତି, ଛୋଟ କୋଠରିରେ ପ୍ରଥମ ୧୧ ଦିନ ବହୁତ କଷ୍ଟସାଧ୍ୟ ଥିଲା । ଆମକୁ ବାହାରକୁ ଯିବାକୁ ଦିଆଯାଇ ନ ଥିଲା। ମୁଁ ପୋଲିସର ସୁରକ୍ଷା ଅଧୀନରେ ଥିଲି। ଏହା ପରେ ମୁଁ ଜେଲ୍‌ ପ୍ରଶାସନ ସହ କଥା ହୋଇ ଜଣେ ସାଧାରଣ କଏଦୀ ଭାବରେ ମୋତେ ଅଧିକାର ପ୍ରଦାନ କରିବାକୁ ଦାବି କରିଥିଲି। ସେ କହିଛନ୍ତି, ଏହା ପରେ ତାଙ୍କୁ ପୋଲିସର ସୁରକ୍ଷା ଅଧୀନରେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ସେଲରୁ ବାହାରକୁ ଯିବାକୁ ଅନୁମତି ଦିଆଯାଇଥିଲା। ପରେ ସେମାନେ ମୋତେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ମ୍ୟୁଜିକ ରୁମ୍‌, ବ୍ୟାଡମିଣ୍ଟନ କୋର୍ଟକୁ ଯିବାକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଥିଲେ।

ଖାଦ୍ୟ ସହ ଜଡ଼ିତ ସମସ୍ୟା ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଥିଲା। ମୋ’ ପାଖରେ ଫୋନ୍‌ ନ ଥିବାରୁ ଜେଲ୍‌ରେ ସବୁ ସମୟ ବହି ପଢ଼ାରେ କାଟିଥିଲି। ମୁଁ ସେହି ୬ ମାସ ମଧ୍ୟରେ ନେଲ୍‌ସନ୍‌ ମଣ୍ଡେଲା, ମହାତ୍ମା ଗାନ୍ଧୀ, ଡକ୍ଟର (ରାମ ମନୋହର) ଲୋହିଆ, ଭାଗବତ ସିଂଙ୍କ ପୁସ୍ତକ ପଢ଼ିଥିଲି। ତିହାରରେ ବିତାଇବା ପରେ ତାଙ୍କର ମନୋବଳ ବହୁତ ବୃଦ୍ଧି ପାଇଥିବା କହିଛନ୍ତି ସଞ୍ଜୟ ସିଂ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ବରିଷ୍ଠ ଆପ ନେତା ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜେନା ମଧ୍ୟ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା