ଆବାସ ଯୋଜନାରୁ ବଞ୍ଚିତ ପାଲୁଣି ମାଝୀ

କଣିହାଁ, (ବଡ଼ ଖବର ବ୍ୟୁରୋ): ସରକାରଙ୍କ ଆବାସ ଯୋଜନା କାହାପାଇଁ। ସରକାର ଗରିବ ବାସହୀନଙ୍କ ପାଇଁ ଆବାସ ଯୋଜନା ଆରମ୍ଭ କରିଛନ୍ତି । କିନ୍ତୁ ପ୍ରକୃତରେ ଏହାର ସୁବିଧା ଯୋଗ୍ୟ ହିତାଧିକାରୀ ପାଇପାରୁ ନାହାନ୍ତି। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଘଣ୍ଟିଆନାଳି ଗାଁରେ ଦେଖିବାକୁ ମିଳିଛି ଏଭଳି ଚିତ୍ର। ଘଣ୍ଟିଆନାଳି ଗାଁର ପାଲୁଣି ମାଝୀ ଏକ ଛୋଟ ତାଳବରଡ଼ା ଓ ମାଟି କାନ୍ଥ ଘରେ ଦୀର୍ଘଦିନ ହେବ ରହି ଆସୁଛନ୍ତି। ଆଜକୁ ଠିକ୍ ଦୁଇ ବର୍ଷ ପୂର୍ବେ ସ୍ୱାମୀ କାନ୍ଦୁରୁ ମାଝୀ ଆରପାରିକୁ ଚାଲିଗଲେ।

ବର୍ତ୍ତମାନ ସେ ତିନି ପୁଅ ଓ ଗୋଟିଏ ଝିଅଙ୍କୁ ଧରି ଅସହାୟ ଭାବେ ପଡ଼ିରହିଛନ୍ତି ଭଙ୍ଗାଘରେ। ନା ଅଛି ଜମିବାଡ଼ି ନା ଅଛି ସ୍ଥାୟୀ ଘର। ପାଲୁଣି ମୂଲ ଲାଗି ପିଲାମାନଙ୍କ ପାଇଁ ଦିଓଳି ଦିମୁଠା ଖାଇବା ଯୋଗାଡ଼ କରନ୍ତି। ଝିଅ ବଡ଼ ହୋଇଥିବାରୁ ତା ପାଇଁ ସେ ସର୍ବଦା ଚିନ୍ତିତ । ଅସରାଏ ବର୍ଷା ହେଲେ ଘର ଭିତରକୁ ପାଣି ପଶିଯାଏ । ଏଭଳି ଦୟନୀୟ ଅବସ୍ଥାରେ ଦିନ କାଟନ୍ତି ପାଲୁଣିଙ୍କ ପରିବାର। ଘର ଖଣ୍ଡିଏ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେବାପରେ କୌଣସି ଫଳ ନ ମିଳିବାରୁ ଶେଷରେ ନିରାଶ ହୋଇ ବଡ଼ ଖବର ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ