Masthead

ଅନଶନରେ ଦମ୍ପତି

ଚାନ୍ଦବାଲି, (ବଡ଼ ଖବର ବ୍ୟୁରୋ): ଚାନ୍ଦବାଲି ବ୍ଲକ ଭାଟପଡ଼ା ପଞ୍ଚାୟତର ଅସୀମା ରାଣୀ ମୁଦୁଲି ଓ ତାଙ୍କ ସ୍ୱାମୀ ସୁକାନ୍ତ ମୁଦୁଲି ୭ଦଫା ଦାବିନେଇ ଗତକାଲିଠାରୁ ଚାନ୍ଦବାଲି ବ୍ଲକ କାର୍ୟ୍ୟାଳୟ ଆଗରେ ଆମରଣ ଅନଶନରେ ବସିଛନ୍ତି । ସୂଚନା ଅନୁଯାୟୀ, ନେହେରୁ ଶିଶୁ ଉଦ୍ୟାନରେ କାର୍ୟ୍ୟାଦେଶ ନେଇ ବିକାଶ ମୂଳକ କାର୍ୟ୍ୟ କରିଥିଲେ ଏହି ଦମ୍ପତି । କାର୍ୟ୍ୟ ସରିବା ପରେ ବ୍ଲକ ପ୍ରଶାସନ ଅଧିକାରୀ ଓ ରାଜନୈତିକ ଚାପରେ ତାଙ୍କର ବକେୟା ପାଉଣାକୁ ଦୀର୍ଘଦିନ ହେବ ବନ୍ଦକରି ରଖିଛନ୍ତି । ଯେତେ ଗୁହାରି କଲେ ମଧ୍ୟ କେହି ଶୁଣୁନାହାନ୍ତି । ଶେଷରେ ଦମ୍ପତି ନିଜ ହକ୍ ପାଇଁ ସ୍ଥାନୀୟ ବିଧାୟକ, ବିଡିଓ ଏମିତିକି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲା । କିନ୍ତୁ ତାଙ୍କ ବକେୟା ପାଉଣା ତାଙ୍କୁ ମିଳିପାରି ନ ଥିଲା । ତେଣୁ ଉଭୟ ଗତକାଲିଠାରୁ ବ୍ଲକ ଅଫିସରେ ଆମରଣ ଅନଶନରେ ବସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ