Masthead

ବାଙ୍ଗାଲୋରକୁ ୭ ୱିକେଟରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୪ ମ୍ୟାଚରେ ବେଙ୍ଗାଲୁରୁକୁ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ । ୫ ଥର ଆଇପିଏଲ୍‌ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ମ୍ୟାଚରେ ଲଗାତାର ଦ୍ବିତୀୟ ବିଜୟ ପାଇଛି। ହ୍ୟାଟ୍ରିକ୍‌ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ଘରୋଇ ପଡ଼ିଆ ୱାଙ୍ଖ୍‌ଡ଼େରେ ଏହି ଦୁଇ ବିଜୟ ପାଇଛି। ଗୁରୁବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୭ ୱିକେଟ୍‌ରେ ମାତ୍‌ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ। ୧୯୭ ରନ୍‌ର ବଡ଼ ବିଜୟ ଲକ୍ଷ୍ୟକୁ ଏହି ଦଳ ମାତ୍ର ୩ ୱିକେଟ୍‌ ହରାଇ ୨୭ ବଲ୍‌ ପୂର୍ବରୁ ହାସଲ କରିନେଇଥିଲେ । ଈଶାନ କିଶନ ଓ ରୋହିତ ଶର୍ମା ୮.୫ ଓଭରେ ୧୦୧ ‌ରନ୍‌ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ।

ଈଶାନ ୨୩ ବଲରୁ ଅର୍ଦ୍ଧଶତକ ହାସଲ କରି ଆଉଟ୍‌ ହୋଇଥିଲେ। ଦଳୀୟ ସ୍କୋର୍‌ ୧୩୯ ରନ୍‌ ଥିଲା ବେଳେ ରୋହିତ ୩୮ ରନ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ସୂର୍ଯ୍ୟକୁମାର ଯାଦବ ମାତ୍ର ୧୭ ବଲ୍‌ରୁ ଅର୍ଦ୍ଧଶତକ ଅର୍ଜନ କରି ବିଜୟର ନିକଟତର କରିଥିଲେ। ପରେ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଓ ତିଲକ ବର୍ମା ଅପରାଜିତ ରହିଥିଲେ।ତଥାପି ଉପରେ ଅଧିନାୟକ ଫାଫ୍ ଡୁ’ପ୍ଲେସିସ୍ (୬୧) ଓ ଇମ୍ପାକ୍ଟ ପ୍ଲେୟାର ରଜତ ପଟିଦାର (୫୦)ଙ୍କ ସହ ଶେଷ ଆଡ଼କୁ ଦୀନେଶ କାର୍ତ୍ତିକ (୫୩)ଙ୍କ ପରାକ୍ରମୀ ଅର୍ଦ୍ଧଶତକ ବଳରେ ଏକ ସମ୍ମାନଜନକ ସ୍କୋର୍ କରି ନେଇଥିଲା। ୬ଜଣ ବ୍ୟାଟର୍ ଏକ ଅଙ୍କ‌ରେ ଅଟକିବା ସତ୍ତ୍ବେ ୨୦୦ ରନ୍ ଛୁଇଁବାଠାରୁ ମାତ୍ର ୪ ରନ୍ ଦୂରରେ ରହିଥିଲା।

ମୁ୍ମ୍ବାଇ ପକ୍ଷରୁ ଯଶପ୍ରୀତ୍ ବୁମ୍‌ରା ଶାଣିତ ଓ ଶୃଙ୍ଖଳିତ ବୋଲିଂ କରି ୫/୨୧ର ପ୍ରଭାବୀ ବୋଲିଂ ଚିତ୍ର ପାଇଥିଲେ। ତଥାପି ପ୍ରତିପକ୍ଷ ଦଳ ଏକ ଭଲ ସ୍କୋର କରି ନେଇଥିଲା। କାରଣ ଏହି ଦଳର ଅନ୍ୟ ବୋଲର୍‌ମାନେ ରନ୍ ଗତିରେ ଅଙ୍କୁଶ ଲଗାଇବାରେ ଆପାତତଃ ବିଫଳ ହୋଇଥିଲେ। ବୁମ୍‌ରା କିନ୍ତୁ ଗୋଟିଏ ଓଭରରେ ଦୁଇଟି ୱିକେଟ୍ ସହ ୫ ଜଣ ଆର୍‌ସିବି ବ୍ୟାଟର୍‌ଙ୍କୁ ଶିକାର କରି ସାଂପ୍ରତିକ ସମୟର ଶ୍ରେଷ୍ଠ ଦ୍ରୁତ ବୋଲର ବୋଲି ପୁଣି ଥରେ ପ୍ରମାଣ ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ