Masthead

ଘଟଗାଁ ତାରିଣୀଙ୍କ ପୀଠରେ ମହା ଆଡ଼ମ୍ବରରେ ପାଳିତ ହେଉଛି ପଣା ପର୍ବ

ହରିଚନ୍ଦନପୁର(ବଡ଼ ଖବର ବ୍ୟୁରୋ):  ଆଜି ମହାବିଷୁବ ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ । ଏହି ଅବସରରେ ଆଜି ରାଜ୍ୟବ୍ୟାପୀ ଉତ୍ସବ ମୁଖର ହୋଇଉଠିଥିବା ବେଳେ ଘଟଗାଁ ପୀଠରେ ଏହି ମହାବିଷୁବ ପଣା ପର୍ବକୁ ମହାଆଡମ୍ବରରେ ପାଳନ କରାଯାଉଛି । କାରଣ ଆଜିର ଦିନକୁ ମା ତାରିଣୀଙ୍କର ଜନ୍ମ ଦିବସ ଭାବେ ପାଳନ କରାଯାଏ । ମାଙ୍କର ସେବାୟତମାନେ ଆଜି ଭୋର ୪ଟାରୁ ମାଙ୍କୁ ପ୍ରଥମେ ମହାସ୍ନାନ, ମାଜଣା, ବଡସିଂହାର ବେଶ, ଷୋଳଶ ଉପଚାର ପୂଜା କରିବା ସହିତ ମାଙ୍କର ସମସ୍ତ ନିତିକାନ୍ତି ସମ୍ପର୍ଣ୍ଣ କରି ମାଙ୍କୁ ସୁନାବେଶରେ ସୁସଜ୍ଜିତ କରନ୍ତି । ପରେ ମା’ଙ୍କ ପାଖରେ ଆଜି ପ୍ରଥମେ ପଣା ଲାଗି କରାଯାଇଛି । ତେବେ ଏହି ପଣା ପର୍ବରେ ମା ତାରିଣୀଙ୍କୁ ଦର୍ଶନ କରିବା ପାଇଁ ଆଜି ସକାଳୁ ସକାଳୁ ଶ୍ରଦ୍ଧାଳୁ ମାନଙ୍କର ଲମ୍ବା ଲାଇନ୍ ଲାଗିଛି । ଅନ୍ୟପକ୍ଷରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା