Masthead

ଟିକେଟ୍‌ କଟିବା ପରେ ଏକାଠି ହେଲେ ସମର୍ଥକ, ଭାବବିହ୍ୱଳ ହେଲେ ସମୀର

ନିମାପଡ଼ା(ବଡ଼ ଖବର ବ୍ୟୁରୋ):କଟିଲା ଟିକେଟ ଶକ୍ତି ପ୍ରଦର୍ଶନ କଲେ ସମୀର ଦାଶ । ନିମାପଡ଼ାର ତିନି ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଏଥର ଟିକେଟ ଦେଇନି ବିଜେଡି। ତାଙ୍କ ବଦଳରେ ଦଳ ଦିଲ୍ଲୀପ କୁମାର ନାୟକଙ୍କୁ ଟିକେଟ ଦେଇଛି। ଏହାକୁ ନେଇ ମନ ଊଣା କରିଛନ୍ତି ସମୀର ରଞ୍ଜନ ଦାଶ। ଆଜି ଏକ ବୈଠକରେ ଏହା ଜଳ ଜଳ ଦେଖାଯାଇଥିଲା।

ନିଜ ସମର୍ଥକଙ୍କ ଦ୍ୱାରା ଆୟୋଜିତ ଏହି ବୈଠକକୁ ସମ୍ବୋଧିତ କଲା ବେଳେ ସେ ଭାବବିହ୍ୱଳ ହୋଇଗଲେ ସମୀର । ଆସନ୍ତା ଶନିବାର ନିଜ ସମର୍ଥକଙ୍କ ସହିତ ସମୀର ରଞ୍ଜନ ଦାଶ ଦଳ ନିକଟରେ ଟିକେଟ ପରିବର୍ତ୍ତନ ପାଇଁ ନିବେଦନ କରିବେ। ତାଙ୍କ ସମର୍ଥକଙ୍କ ଦ୍ୱାରା ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବିଜେଡି କିଛି ସ୍ଥାନରେ ତା’ର ପୂର୍ବ ନିଷ୍ପତ୍ତିକୁ ବଦଳାଇ ପ୍ରାର୍ଥୀ ପରିବର୍ତ୍ତନ କରିଥିବାରୁ ତାଙ୍କ କ୍ଷେତ୍ରରେ ମଧ୍ୟ ସକାରାତ୍ମକ ଫଳାଫଳ ଆସିବ ବୋଲି ଆଶା ରଖିଛନ୍ତି ସମୀର।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!