Masthead

ପାଣି ନାହିଁ ତ ଭୋଟ ନାହିଁ

ନରସିଂହପୁର (ବଡ଼ ଖବର ବ୍ୟୁରୋ): ପାନୀୟ ଜଳ ପାଇଁ ପୋଖରୀ ସାହା ଭରସା । ପାଣି ଆଣିବାକୁ ଯାଉଛନ୍ତି ୪ କିମି । ନରସିଂହପୁର ବ୍ଲକ ଚମ୍ପେଶ୍ୱର ପଞ୍ଚାୟତ ଅଧିନସ୍ଥ ସୋଲବନ୍ଧ ଗ୍ରାମ କଥା କହିଲେ ନ ସରେ । ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ପାଣି ଟିକିଏ ପାଇଁ ଡହଳବିକଳ ହେବାକୁ ପଡୁଛି ସୋଲବନ୍ଧ ଗ୍ରାମବାସୀଙ୍କୁ । ପାନୀୟ ଜଳ ଓ ରାନ୍ଧିବା ବ୍ୟବାହର ନିମନ୍ତେ ପାଣି ଆଣିବାକୁ ଯାଉଛନ୍ତି ୪ କିମି ।

ପାଖରେ ନଳକୂପ ଥିଲେ ମଧ୍ୟ ତାହା ବ୍ୟବହାର ଉପଯୋଗୀ ନୁହେଁ ବୋଲି ସ୍ଥାନୀୟ ମହିଳା ମତବ୍ୟକ୍ତ କରିଛନ୍ତି । ନରସିଂହପୁର ଅଞ୍ଚଳ କିଡିନ ପ୍ରବଣ ହୋଇଥିବା ବେଳେ ନଳକୂପ ପାନୀୟ ଜଳ ବ୍ୟବହାର ଉପଯୋଗୀ ନୁହେଁ । ଏପଟେ ଦେଖିଲେ ଏତେ ଖରାରେ ଲୋକେ ପ୍ରତିଦିନ ୫ କିମି ଚାଲି ବିଲ ହୁଡା ଦେଇ ପାର ହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ପାଣି ଆଣୁଛନ୍ତି ନିକଟସ୍ଥ ଚଷା ବାରବାଟି ଗ୍ରାମରେ ଥିବା ପୁଷ୍କରିଣୀରୁ ।

ଏପଟେ ଭୟଭୀତରେ ସୋଲବନ୍ଧ ଗ୍ରାମବାସୀ ଥିବାବେଳେ ପ୍ରଶାସନ ଏହାରି ଉପରେ ନଜର ନାହିଁ । ସତ କହିବାକୁ ଗଲେ ସରକାରଙ୍କ ମାଳ ମାଳ ଯୋଜନା କୁଆଡେ଼ ଗଲା ବୋଲି ସାଧାରଣରେ ଏବେ ଚର୍ଚ୍ଚା ଜୋର ଧରିଛି । ଯଦିଓ ଦେଖିବା ନରସିଂହପୁର ଅଞ୍ଚଳରେ ୨୦୧୪ ମସିହା କାର୍ଯ୍ୟ ଆରମ୍ଭ ହୋଇଥିବା ଏଲଏନଟି କମ୍ପାନୀ ଦ୍ଵାରା ଉଠା ଜଳ ସେଚନ କାର୍ଯ୍ୟକ୍ରମ ଯାହା ମାଧ୍ୟମରେ ଘରେ ଘରେ ପହଞ୍ଚିବା କଥା ଓ ବସୁଧା ଯୋଜନା ମଧ୍ୟ କୁଆଡେ ଗଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମହିଳା ମାନେ ଭୋଟ ବର୍ଜନ ଲାଗି ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ