Masthead

ବୃକ୍ଷରୋପଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ

ବଲାଙ୍ଗିର, (ବଡ଼ ଖବର ବ୍ୟୁରୋ): ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକରେ ବୃକ୍ଷରୋପଣରେ ଦୁର୍ନୀତିର ଚିତ୍ର ସାମ୍ନାକୁ ଆସିଛି। ଆଗରୁ ଆବାସ ଯୋଜନା, ଫାର୍ମ ପଣ୍ଡ ନିର୍ମାଣରେ ହେରଫେର ହୋଇଥିବା ବେଳେ ଏବେ ବୃକ୍ଷରୋପଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ଚଳୁ ହୋଇଥିବା ନଜରକୁ ଆସିଛି। ଏମଜିଏନଆରଇଜିଏ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁସାରେ, ବ୍ଲକର ଘୁନସର, ଖପ୍ରାଖୋଲ ଏବଂ ବାଘମୁଣ୍ଡ ପଞ୍ଚାୟତରେ ଏମଜିଏନଆରଇଜିଏ ଯୋଜନାରେ ବୃକ୍ଷରୋପଣ ନାଁରେ ବ୍ୟାପକ ଦୁର୍ନୀତି ହୋଇଛି। କେବଳ କାଗଜ କଲମରେ କାର୍ୟ୍ୟ ହୋଇଥିବା ଦର୍ଶାଯାଇଛି। କିନ୍ତୁ କୌଣସି ଗଛ ନ ଲଗାଇ ଅର୍ଥ ଉଠାଇଥିବା ଭଳି ସଙ୍ଗିନ ତଥ୍ୟ ସାମନାକୁ ଆସିଛି। ଏପରିକି ଗୋଟିଏ ରାସ୍ତାରେ ଦୁଇ ଦୁଇ ଥର ଗଛ ଲଗାଯାଇଥିବା ମଧ୍ୟ ତଥ୍ୟ ଉପଲବ୍ଧ ରହିଛି। ମିଳିଥିବା ତଥ୍ୟ ଅନୁଯାୟୀ, ଖପ୍ରାଖୋଲ ପଞ୍ଚାୟତର ଗୁଣ୍ଡରୁପାଲିରୁ ଚାଉଳବାଞ୍ଜି ରାସ୍ତା ପାଶ୍ୱର୍ରେ ଏମଜିଏନଆରଇଜିଏ ଯୋଜନାରେ ବୃକ୍ଷରୋପଣ କରାଯାଇଛି। ଯାହାର କୋଡ୍ ନଂ ୨୦୨୦-୨୧ ଆର୍ଥିକ ବର୍ଷରେ ୨୪୦୯୦୦୩/ଡିପି/୧୦୪୨୮୭୯୯, ଅଟକଳ ପରିମାଣ ୨ ଲକ୍ଷ ୯୨ ହଜାର ଟଙ୍କା ବୋଲି ସୂଚନା ଫଳକରେ ଲେଖାଯାଇଛି। କିନ୍ତୁ ପୁଣି ସେହି କାମକୁ ଆଉ ଗୋଟିଏ କୋଡ୍ ନଂ ୨୪୦୯୦୦୩୦୦୮/ଡି.ପି./୧୦୩୯୭୦୨୨ ଦର୍ଶାଇଥିବା ଏମଜିଏନଆରଇଜିଏ ୱେବସାଇଟରେ ଉଲ୍ଲେଖ ରହିଛି। ଶ୍ରମିକଙ୍କୁ ପାରିଶ୍ରମିକ ଦିଆଯିବା ସହ ମ୍ୟାଟେରିଆଲ ବାବଦ ଟଙ୍କା ବ୍ଲକର ଜଣେ ଆଗଧାଡ଼ିର ନେତା (ବିଧାୟକଙ୍କ ପାଖଲୋକ କୁହାଯାଉଥିବା ଜଣେ ବ୍ୟକ୍ତି)ଙ୍କ ଆକାଉଣ୍ଟକୁ ଯାଇଥିବା ଜଣାପଡ଼ିଛି। ସେହିପରି ଅନ୍ୟ କୋଡରେ ପାରିଶ୍ରମିକ ଓ ମ୍ୟାଟେରିଆଲ ବାବଦ ଟଙ୍କା ବ୍ଲକର ଅନ୍ୟଜଣେ ଠିକାଦାରଙ୍କ ନାମରେ ପଡ଼ିଛି। ଏ ବାବଦରେ ଖପ୍ରାଖୋଲ ବିଡିଓ ତରଣୀ ସୁନାଙ୍କୁ ଯୋଗାଯୋଗ କରିବାରୁ ତାହା ଦୁଇଟି ପ୍ରୋଜେକ୍ଟ, ତେଣୁ ଦୁଇଟି କୋଡ୍ ନଂ ବାହାରିଛି ବୋଲି ସୂଚନା ଦେଇଛନ୍ତି। ଅନ୍ୟପଟେ ସେଠାରେ ଗଛ ନ ଲଗାଇ ଟଙ୍କା ଉଠାଯାଇଛି। ତେଣୁ ଏଥିପ୍ରତି ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଘଟଣାର ତଦନ୍ତ କଲେ ପ୍ରକୃତ ତଥ୍ୟ ସାମନାକୁ ଆସିପାରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼