Masthead

ଦିଲ୍ଲୀକୁ ୭ ୱିକେଟରେ ପରାସ୍ତ କଲା କୋଲକାତା

କୋଲକାତା(ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୪ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୭ ୱିକେଟରେ ପରାସ୍ତ କଲା କୋଲକାତା । କୋଲକାତାର ଇଡେନ ଗାଡେନ୍ସଠାରେ ଚାଲିଥିବା  ୪୭ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୭ ଓ୍ବିକେଟରେ ପରାସ୍ତ କଲା କୋଲକାତା ନାଇଟ ରାଇଡର୍ସ । ଦିଲ୍ଲୀ ଦ୍ବାରା ରଖାଯାଇଥିବା ୧୫୪ ରନ ଲକ୍ଷ୍ୟକୁ ୧୭ ତମ ଓଭରରେ ୩ଟି ଓ୍ବିକେଟ ହରାଇ ହାସଲ କରିନେଇଥିଲା କୋଲକାତା । ଦଳ ପକ୍ଷରୁ ଫିଲିପ ସଲ୍ଟ ୬୮ରନ ଓ ଶ୍ରେୟସ ଆୟର ୩୩ ରନ କରିଥିଲେ । ପ୍ରଥମେ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ। କିନ୍ତୁ ଦଳ ଆରମ୍ଭରୁ ହିଁ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲା । ସ୍କୋର ମାତ୍ର ୧୭ ରନ ହୋଇଥିବାବେଳେ ପୃଥ୍ବୀ ଶାହା ମାତ୍ର ୧୩ ରନ କରି ଆଉଟ ହୋଇଥିଲେ ।

ତାଙ୍କ ପଛେ ପଛେ ଜେକ୍ ଫ୍ରେଜର ମାକଗର୍କ ୧୨ରନ କରି ଆଉଟ ହୋଇଥିଲେ । ତାପରେ ଦଳ ନିୟମିତ ଭାବେ ଓ୍ବିକେଟ ହରାଇଚାଲିଥିଲା । ଅଧିନାୟକ ଋଷଭ ପନ୍ତ ୨୭ ରନ କରିଥିବାବେଳେ କୁଳଦୀପ ଯାଦବ ୩୫ ରନ କରିଥିଲେ । ସେହିପରି ଅକ୍ଷର ପଟେଲ ୧୫ ରନ କରିଥିଲେ । ଦଳ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୫୩ ରନ କରିଥିଲା । କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୩ଟି ଓ୍ବିକେଟ ନେଇଥିବାବେଳେ ବୈଭବ ଆରୋରା ଓ ହର୍ଷିତ ରାଣା ୨ଟି ଓ୍ବିକେଟ ନେଇଥିଲେ । ସେହିପରି ମିଚେଲ ଷ୍ଟାକ ଓ ସୁନୀଲ ନାରାୟଣ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ସେପଟେ ଲଗାତାର ଦୁଇଟି ପରାଜୟ ପରେ ଟ୍ରାକକୁ ଫେରିଛି ଚେନ୍ନାଇ ସୁପର କିଙ୍ଗସ୍। ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ ସହ ଶକ୍ତିଶାଳୀ ସନ୍ ରାଇଜର୍ସ ହାଇଦ୍ରାବାଦକୁ ୭୮ ରନରେ ମାତ୍ ଦେଇଛି। ଏହି ବିଜୟ ସହ ସିଧା ପଏଣ୍ଟ ଟେବୁଲର ଷଷ୍ଠରୁ ତୃତୀୟ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି ଚେନ୍ନାଇ ସୁପର କିଙ୍ଗସ୍।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼