Masthead

ଖୋଲିଲା ମା’ ମଝିଘରିଆଣୀଙ୍କ ହୁଣ୍ଡି: ମିଳିଲା ୯୯ ଲକ୍ଷ ଟଙ୍କା, ୨ କେଜି ରୂପା ଓ ୫୩ ଗ୍ରାମ ସୁନା ଦାନ

ରାୟଗଡ଼ା(ବଡ଼ ଖବର ବ୍ୟୁରୋ): ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡିରୁ ମିଳିଲା ପ୍ରାୟ କୋଟିଏ ଟଙ୍କାର ଦାନ ଅର୍ଥ। ପ୍ରାୟ ୪ ମାସ ପରେ ଗତକାଲି ହୁଣ୍ଡି ଖୋଲା ଯାଇଥିବା ବେଳେ ଏହି ଦାନ ଅର୍ଥ ମିଳିଛି। ସ୍ଥାନୀୟ ପୋଲିସ କର୍ମଚାରୀଙ୍କ କଡ଼ା ସୁରକ୍ଷା ବଳୟରେ ଗତକାଲି ସକାଳ ୯ଟାରେ ଗଣତି କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିନିମନ୍ତେ ପ୍ରାୟ ୨ଶହ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଥିଲେ। ଏହି ସମୟରେ ଆରଆଇ, ଟ୍ରଷ୍ଟ ବୋର୍ଡ ମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାୟ ୧୨ ଘଣ୍ଟା କାଳ ଏହି ଗଣତି କାମ ଚାଲିଥିଲା।

ଶେଷରେ ଦାନ ହୁଣ୍ଡିରୁ ୯୯ ଲକ୍ଷ ୧୫ ହଜାର ୪୨୨ ଟଙ୍କା, ୫୩ ଗ୍ରାମ ସୁନା, ୨ କେ.ଜିରୁ ଅଧିକ ରୂପା, ବହୁ ବିଦେଶୀ ମୁଦ୍ରା ମିଳିଥିବା ଜଣାଯାଇଛି। ଗତ ମାର୍ଚ୍ଚ ୧୮ ତାରିଖରେ ହୁଣ୍ଡି ଖୋଲା ଯାଇଥିଲା। ସେତେବେଳେ ଦାନ ହିସାବରେ ୮୯ ଲକ୍ଷ ୭୨ ହଜାର ୨୨୫ ଟଙ୍କା, ୬୨ ଗ୍ରାମ ସୁନା, ଓ ୨୩ଶହ ଗ୍ରାମର ରୁପା ଅଳଙ୍କାର ମିଳିଥିଲା। ୬୫ଟି ବିଦେଶୀ ମୁଦ୍ରା ମିଳିଥିଲା ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ପ୍ରକାଶ କରିଛନ୍ତି। ବର୍ଷକୁ ୩ରୁ ୪ ଥର ହୁଣ୍ଡି ଖୋଲାଯାଇ ଦାନ ଅର୍ଥ ଗଣତି କରାଯାଉଛି । ବୁଧବାର ହୁଣ୍ଡିରୁ ବାହାରିଥିବା ଟଙ୍କା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆରେ ଜମା କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା