ଭଣ୍ଡାରିପୋଖରୀରେ ଶକ୍ତିପ୍ରଦର୍ଶନ କଲେ ନିରଞ୍ଜନ ପଟ୍ଟନାୟକ

ଭଣ୍ଡାରିପୋଖରୀ (ବଡ଼ ଖବର ବ୍ୟୁରୋ): ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର କଂଗ୍ରେସର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ବାରିକପୁର ତୋଡଙ୍ଗା ଠାରେ ଏକ ସଭା କରି ନିଜର ଶକ୍ତି ପଦର୍ଶନ କରିଥିଲେ । ୧୦ହଜାରରୁ ଅଧିକ ଲୋକମାନଙ୍କୁ ଏକତ୍ର କରି ଏକ ସମାବେଶ କରିବା ସହିତ ବିରାଟ ପଟୁଆରରେ ମୋଟର ସାଇକେଲ ରାଲିରେ ଆସି ବିଜେଡି ସରକାର ଉପରେ ଖୁବ ଜୋରରେ ବର୍ଷିଥିଲେ । ସେ କଟାକ୍ଷ୍ୟ କରି କହି ଥିଲେ।

ରାଜ୍ୟରେ ବିଜେଡି ସରକାର କିଛି କରିନାହିଁ ଯେଉଁ ୨ଟଙ୍କିଆ ଚାଉଳ ଦେଉଛନ୍ତି ତାହା ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିଲା ବେଳେ କଂଗ୍ରେସ ସରକାର କରିଥିଲା । ଭଣ୍ଡାରିପୋଖରୀ ଓ ବନ୍ତ ଯେଉଁ ଡାକ୍ତରଖାନା କରାଯାଇଛି ଏବଂ ଚାଷ ଜମିକୁ ଚାଷ କରିବା ଯେଉଁ କେନାଲ ଦ୍ୱାରା ଜଳସେଚିତ କରାଯାଇଛି ମୁଁ କଂଗ୍ରେସ ସରକାରରେ ମନ୍ତ୍ରୀଥିବା ବେଳେ କରିଥିଲି ବୋଲି ଦାବି କରିଥିଲେ ନିରଞ୍ଜନ ପଟ୍ଟନାୟକ । ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବହୁସଂଖ୍ୟାରେ ଭୋଟତାଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ ନିରଞ୍ଜନ ପଟ୍ଟନାୟକ । ଆଗାମୀ ଦିନରେ ଭଣ୍ଡାରିପୋଖରୀରେ ଯେଉଁ କାମ ଠିକ ଭାବରେ ହୋଇନାହି ତାହା ନିଶ୍ଚୟ କରି ଦେଖାଇବେ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ