Masthead

ଜମିରେ ବିଛାଯାଉଛି ପାଇପ ଲାଇନ, ପଚାରିଲେ ଜେଲ ପଠାଉଛି କମ୍ପାନୀ

ପାରାଦୀପ (ବଡ଼ ଖବର ବ୍ୟୁରୋ): ଜୋର ଜବରଦସ୍ତ ଚାଷୀଙ୍କ ଜମିରେ ବିଛା ଯାଉଛି ସ୍ଲରୀ ପାଇପ ଲାଇନ। ପଚାରିଲେ ଜମି ମାଲିକ ମାନଙ୍କ ନାମରେ ଏତଲା ଦେଇ ସେମାନଙ୍କୁ ଜେଲ ପଠାଉଛନ୍ତି କମ୍ପାନୀ ଠିକାଦାର। ଏଭଳି ଅଭିଯୋଗ କରିଛନ୍ତି କୁଜଙ୍ଗ ବ୍ଲକର କୋଠି ପଞ୍ଚାୟତବାସୀ। ଜେଏସଡବ୍ଲ୍ୟୁ କମ୍ପାନୀର ପାରାଦୀପରୁ ଯୋଡା ଯାଉଥିବା ସ୍ଲରୀ ପାଇପ ଲାଇନ ଯୋଗୁ ବ୍ୟାପକ କ୍ଷତିଗ୍ରସ୍ତ ହେଉଛନ୍ତି କୃଷକ। ଏହି ପାଇପ ଲାଇନ ରେ ଆଇରନ ଆଣି ଜେଏସଡବ୍ଲ୍ୟୁ କମ୍ପାନୀ ଏହାକୁ ପ୍ରୋସେସିଂ କରିବ।

ଚାଷୀମାନଙ୍କ ଜମିକୁ ଜୋର ଜବରଦସ୍ତ ଖୋଳି ପାଇପ ଲାଇନ ବିଛା ଯାଉଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ଅଭିଯୋଗ କରିଛନ୍ତି। ଆମେ କମ୍ପାନୀର କାର୍ଯ୍ୟକୁ ବିରୋଧ କରୁନାହୁଁ । କିନ୍ତୁ କମ୍ପାନୀ ଆମ ସହିତ କଥା ନହୋଇ ଜବରଦସ୍ତି ଆମ ଜମିରେ ପାଇପ ପକାଇବା ଏବଂ ଆମ ବିରୋଧରେ କେସ କରି ଅସାମାଜିକ ଯୁବକ ମାନଙ୍କ ଦ୍ବାରା ଡରାଇ ଧମକାଇ କାର୍ଯ୍ୟ କରିବାକୁ ଆମେ ବିରୋଧ କରୁଛୁ। ତେଣୁ ଯଦି ପ୍ରଶାସନ ଓ କମ୍ପାନୀ କର୍ତୃପକ୍ଷ ଆମର କ୍ଷତିପୂରଣ ପ୍ରଦାନ ନକରି କାର୍ଯ୍ୟ କରେ ତେବେ ଏହାକୁ ଦୃଢ ବିରୋଧ କରିବୁ ଏବଂ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବୁ ବୋଲି ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ