ରାୟବରେଲିରୁ ନିର୍ବାଚନ ଲଢିବେ ରାହୁଲ

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ନାମାଙ୍କନପତ୍ରର ଶେଷ ଦିନରେ କଂଗ୍ରେସ ଉତ୍ତରପ୍ରଦେଶର ରାଏବରେଲି ଏବଂ ଆମେଠି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହି ଦୁଇଟି ଆସନରେ ନାମାଙ୍କନ ପାଇଁ ଶେଷ ଦିନ ଆଜି ଅର୍ଥାତ୍‌ ଶୁକ୍ରବାର। ଏଭଳି ପରିସ୍ଥିତିରେ ଶେଷ ମୁହୂର୍ତ୍ତରେ ଦଳ ନିଷ୍ପତ୍ତି ନେଇଛି ଯେ ରାହୁଲ ଗାନ୍ଧୀ ରାଏବରେଲି ଏବଂ ଆମେଠି ଲୋକ ସଭା ଆସନରୁ କେ.ଏଲ ଶର୍ମା ପ୍ରତିଦ୍ୱନ୍ଦ୍ୱିତା କରିବେ। ଶୁକ୍ରବାର ସକାଳେ କଂଗ୍ରେସ ଏହାର ସରକାରୀ ଘୋଷଣା କରିଛି।

ସେହିପରି ପ୍ରିୟଙ୍କା ଗାନ୍ଧୀ ଚଳିତ ନିର୍ବାଚନ ଲଢ଼ିବେନି ବୋଲି ମଧ୍ୟ ସ୍ପଷ୍ଟ ହୋଇଛି । ଉତ୍ତରପ୍ରଦେଶର ଏହି ଦୁଇଟି ଆସନ କଂଗ୍ରେସ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ରାୟବରେଲିରେ ସୋନିଆ ଗାନ୍ଧୀ ଲଗାତାର ଜିତିଆସୁଥିବା ବେଳେ ଚଳିତ ଥର ସେ ପ୍ରତ୍ୟକ୍ଷ ନିର୍ବାଚନ ନ ଲଢ଼ି ରାଜ୍ୟସଭାରୁ ସଂସଦ ଯାଇଛନ୍ତି । ତାଙ୍କ ସ୍ଥାନରେ ଏଥର ରାହୁଲ ଗାନ୍ଧୀଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିପରି ଆମେଥି ଆସନରେ ୨୦୦୪ରୁ ରାହୁଲ ଜିତି ଆସୁଥିବା ବେଳେ ୨୦୧୯ରେ ଏହି ବିଜୟରେ ବ୍ରେକ ଲଗାଇଥିଲେ ସ୍କୃତି ଇରାନୀ । ଚଳିତ ଥର ମଧ୍ୟ ସ୍ମୃତି ଇରାନୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ତେବେ ଚଳିତ ନିର୍ବାଚନରେ ଏହି ଆସନରେ ସ୍ମୃତିଙ୍କୁ ଟକ୍କର ଦେବେ କଂଗ୍ରେସର କିଶୋରୀ ଲାଲ ଶର୍ମା ।

ଏଥି ସହ ରାହୁଲ ଗାନ୍ଧୀ ମଧ୍ୟ କେରଳର ୱାୟନାଡ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଗତ ଥର ସେ କେବଳ ୱାୟନାଡରୁ ଜିତିଥିଲେ। ୱାୟାନାଡରେ ମତଦାନ ସରିଛି। ମେ ୨୦ରେ ଆମେଠି ଏବଂ ରାୟବରେଲିରେ ମତଦାନ ହେବ। ୨୬ ଏପ୍ରିଲରୁ ଆମେଠି ଏବଂ ରାୟବରେଲିରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାର ଶେଷ ତାରିଖ ହେଉଛି ମେ ୩। ଭାରତୀୟ ଜନତା ପାର୍ଟି ପୁଣିଥରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଆମେଥୀରୁ ପ୍ରାର୍ଥୀ ଘୋଷଣା କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ