Masthead

ନିର୍ବାଚନ ଲଢିବେ ବିଜେପି ନେତା ଦେବାଶିଷ ନାୟକ  

ବରୀ (ବଡ଼ ଖବର ବ୍ୟୁରୋ): ଦେବାଶିଷଙ୍କୁ ନିରାଶ କଲା ବିଜେପି । ସ୍ଵାଧୀନ ଭାବରେ ନିର୍ବାଚନ ଲଢିବାକୁ ଦେବାଶିଷ ଦେଲେ ଇଶାରା। ସମର୍ଥକ ମାନଙ୍କ ସହ ଆଲୋଚନା ପରେ ଶନିବାର ଘୋଷଣା କରିବେ ବୋଲି କହିଛନ୍ତି ଦେବାଶିଷ । ଲଗାତାର ବିଜେଡିରୁ ପ୍ରାର୍ଥୀ ହୋଇ ୪ ଥର ବରୀ ବିଧାନସଭା ଆସନରୁ ନିର୍ବାଚିତ ହୋଇ ବିଧାୟକ ହୋଇଥିବା ଦେବାଶିଷ କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। ବିଜେଡି ଛାଡ଼ି ଦେବାଶିଷ ବିଜେପିରେ ଯୋଗଦେବା ପରେ ବରୀରୁ ପ୍ରାର୍ଥୀ ହେବାକୁ ଏକ ପ୍ରକାର ନିଶ୍ଚିତ ହୋଇଥିଲେ ଦେବାଶିଷ।

ମାତ୍ର ଦେବାଶିଷଙ୍କୁ ବିଶ୍ୱାସକୁ ନେଇ ପରିଲା ନାହିଁ ବିଜେପି। ବହୁ ଆଶା ବାନ୍ଧିଥିବା ଦେବାଶିଷଙ୍କୁ ବିଜେପି ଟିକେଟ ନଦେଇ ଦୀର୍ଘ ବର୍ଷ ହେବ ସଂଗଠନ ସହ ରହିଥିବା ବିଜେପି ନେତା ଉମେଶ ଚନ୍ଦ୍ର ଜେନାଙ୍କୁ ଦଳ ଭରସା କରି ଗତକାଲି ଟିକେଟ ଦେଇଛି । ଦେବାଶିଷଙ୍କୁ ନେଇ ବିଭିନ୍ନ କଥା ଆଲୋଚନା ଲାଗିରହିଥିବା ବେଳେ ଦେବାଶିଷ ସେଥିରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଉଦ୍ୟମ କରିଛନ୍ତି।

ନିଜର ସୋସିଆଲ ମିଡ଼ିଆ ପେଜରେ ବରୀବାସୀ ମୋ ବଳ। ମୋ ପାଇଁ ଦଳ ବଡ଼ ନୁହେଁ ବରୀ ବାସୀଙ୍କ ସେବା କରିବାକୁ ମୁଁ ନିର୍ବାଚନ ଲଢିବି ବୋଲି କହିଛନ୍ତି। ମାତ୍ର ଦେବାଶିଷ ସ୍ଵାଧୀନ ପ୍ରାର୍ଥୀ ହେବେ ବୋଲି ବରୀରେ ଚର୍ଚ୍ଚା ହେଉଥିବା ବେଳେ ଦେବାଶିଷଙ୍କ ଘୋଷଣାକୁ ଅପେକ୍ଷା କରିଛନ୍ତି ସମର୍ଥକ ମାନେ । ତେବେ ଆଗକୁ ବରୀ ରାଜନୀତି କେଉଁ ମୋଡ ନେବ ତାହା ସମୟ କହିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ