Masthead

୧୨ ବର୍ଷ ପରେ ୱାଙ୍ଖ୍‌ଡେରେ ବିଜୟ, କୋଲକାତାଠୁ ୨୪ ରନରେ ପରାସ୍ତ ହେଲା ମୁମ୍ବାଇ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୪ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଲଗାତାର ଚତୁର୍ଥ ମ୍ୟାଚ୍‌ରେ ହାରିବା ସହ ୧୧ ମ୍ୟାଚ୍‌ରୁ ଅଷ୍ଟମ ପରାଜୟ ବରଣ କରିଛି। କୋଲକାତା ନାଇଟ୍‌ ରାଇଡର୍ସ ଦେଇଥିବା ୧୭୦ ରନ୍‌ର ଲକ୍ଷ୍ୟକୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ୭ ବଲ୍‌ ପୂର୍ବରୁ ୧୪୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି। ଫଳରେ କେକେଆର୍‌ ଏକ ବହୁ ପ୍ରତୀକ୍ଷିତ ବିଜୟ ପାଇଛି। ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ୧୨ ବର୍ଷ ପରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଜିତିଛି କେକେଆର୍‌। ଶେଷଥର ପାଇଁ ୨୦୧୨ରେ ଦଳ ଏଠାରେ ୧୪୦ ରନ୍‌କୁ ଡିଫେଣ୍ଡ୍ କରି ଜିତିଥିବାବେଳେ ଶୁକ୍ରବାର ୧୭୦ ରନ୍‌ ଲକ୍ଷ୍ୟକୁ ହାସଲ କରିବାକୁ ‌ଦେଇନାହିଁ। ମୋଟ ଉପରେ ୱାଙ୍ଖ୍‌ଡେରେ କେକେଆର୍‌ ୧୧ ମ୍ୟାଚ୍‌ ଖେଳି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମାତ୍ର ଦ୍ବିତୀୟ ବିଜୟ ପାଇଛି। ଚଳିତ ଋତୁରେ ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ୬ ପଶ୍ଚାତ୍‌ଧାବନରୁ ମାତ୍ର ଗୋଟିଏ ଜିତିଛି।

ଫଳରେ ଏହି ୫ ଥର ବିଜେତା ଏହି ଦଳ ପ୍ଲେ ଅଫ୍ ଦୌଡ଼ରୁ ବାଦ୍‌ ପଡ଼ିବା ଦ୍ବାରରେ ପହଞ୍ଚିଯାଇଛି। କେକେଆର୍ କିନ୍ତୁ ସପ୍ତମ ବିଜୟ ସହ ଦ୍ବିତୀୟ ସ୍ଥାନକୁ ଅଧିକ ଦୃଢ଼ କରିଛି। ଶୁକ୍ରବାର ୧୭୦ ରନ୍‌ ପଶ୍ଚାତ୍‌ଧାବନ ବେଳେ କେକେଆର୍‌ ଭଳି ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଈଶାନ କିଶନ (୧୩), ରୋହିତ ଶର୍ମା (୧୧), ନମନ ଧୀର୍‌ (୧୧), ତିଳକ ବର୍ମା (୪), ନେହଲ ୱାଧିରା (୬), ହାର୍ଦିକ ପାଣ୍ଡ୍ୟା (୧) ଭଳି ତାରକା ବ୍ୟାଟର୍‌ ସଅଳ ପାଭିଲିଅନ୍‌ ଫେରିଯାଇଥିଲେ। ୭୧/୬ରେ ସଂଘର୍ଷ କରୁଥିବା ମୁମ୍ବାଇ ପାଇଁ ସୂର୍ଯ୍ୟକୁମାର ଯାଦବ ଗୋଟିଏ ପଟୁ ଲଢ଼ିଥିଲେ। ଗୋଟିଏ ସମୟରେ ଲାଗୁଥିଲା ଭେଙ୍କଟେଶ ଆୟରଙ୍କ ଭଳି ସୂର୍ଯ୍ୟକୁମାର (୫୬, ୩୫ ବଲ୍‌) ମୁମ୍ବାଇ ନୌକାକୁ କୂଳରେ ପହଞ୍ଚାଇଦେବେ। କିନ୍ତୁ ଡେଥ୍‌ ଓଭର ଆରମ୍ଭ ହେବା ବେଳକୁ ରସେଲ୍‌ଙ୍କ ଶିକାର ହୋଇଥିଲେ। ନିମ୍ନଭାଗରେ ଟିମ୍‌‌ ଡେଭିଡ୍‌ ମଧ୍ୟ ଚୌକା, ଛକା ମାରି ମୁମ୍ବାଇ ଶିବିରରେ ଆଶା ସଂଚାର କରିଥିଲେ। ‌ସେ ମଧ୍ୟ ଲମ୍ବା ଖେଳିପାରି ନଥିଲେ। ପ୍ରଥମ ୱିକେଟ୍‌ ନେଇଥିବା ମିଚେଲ ଷ୍ଟାର୍କ (୪/୩୩) ୧୯ତମ ଓଭରରେ ୩ ୱିକେଟ୍‌ ନେଇ ମ୍ୟାଚ୍‌ ଶେଷ କରିଥିଲେ। ଓଭରର ଦ୍ବିତୀୟ ଓ ତୃତୀୟ ବଲ୍‌ରେ ଡେଭିଡ୍‌ ଓ ପିୟୂଷ ଚାୱଲାଙ୍କୁ ଆଉଟ୍‌ କରିଥିଲା ବେଳେ ଚତୁର୍ଥ ବଲ୍‌ରେ ବୁମ୍‌ରା ୧ରନ୍‌ ନେଇଯାଇଥିଲେ।

କିନ୍ତୁ ପଞ୍ଚମ ବଲ୍‌ରେ ଗୋରାଲ୍ଡ କୋଏତ୍‌ଜିଙ୍କୁ ଷ୍ଟାର୍କ ଆଉଟ୍‌ କରି ପାଳି ଶେଷ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରୁଣ ଚକ୍ରବର୍ତ୍ତୀ, ସୁନୀଲ ନାରାୟଣ, ଆନ୍ଦ୍ରେ ରସେଲ୍‌ ୨ ୱିକେଟ୍‌ ଲେଖାଏଁ ନେଇ ‌ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟକ୍ରମ ଭାଙ୍ଗିଦେଇଥିଲେ। ଚତୁର୍ଥ ଥର ପାଇଁ ଏକ ଆଇପିଏଲ୍ ମ୍ୟାଚ୍‌ରେ ଉଭୟ ଦଳ ଅଲ୍ଆଉଟ୍ ହେବା ଦେଖିବାକୁ ମିଳିଥିଲା। ଆକର୍ଷଣୀୟ ଅର୍ଦ୍ଧଶତକ ପାଇଁ ଭେଙ୍କଟେଶ ଆୟର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପୂର୍ବରୁ ବାମହାତୀ ବ୍ୟାଟର୍‌ ଭେଙ୍କଟେଶ ଆୟର ଓ ଇମ୍ପାକ୍ଟ ପ୍ଲେୟର ମନୀଷ ପାଣ୍ଡେଙ୍କ ଧୈର୍ୟ୍ୟପୂର୍ଣ୍ଣ ବ୍ୟାଟିଂ ପାଇଁ ବିପର୍ୟ୍ୟୟ ଘେରରେ ପଡ଼ିଥିବା କେକେଆର ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚିଥିଲା। ମୁମ୍ବାଇ ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିଥିଲା ବେଳେ ବୋଲରମାନେ ମଧ୍ୟ ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ନିଷ୍ପତ୍ତିର ସମ୍ମାନ ରଖିଥିଲେ। ପାୱାର ପ୍ଲେ ଭିତରେ ୪ ୱିକେଟ୍‌ ଖସିଯାଇଥିଲା ବେଳେ ୫୭ ରନ୍‌ ମଧ୍ୟରେ ଦଳର ଅଧା ଖେଳାଳି ପ୍ୟାଭିଲିଅନ୍‌ ଫେରିଯାଇଥିଲେ। ପୂର୍ବ ମ୍ୟାଚ୍‌ଗୁଡ଼ିକରେ ବିସ୍ଫୋରକ ଖେଳିଆସୁଥିବା ଫିଲ୍‌ ସଲ୍ଟ (୫), ସୁନୀଲ ନାରାୟଣ (୮), ଅଙ୍ଗକ୍ରିସ ରଘୁବଂଶୀ (୧୩), ଶ୍ରେୟସ ଆୟର (୬) ଓ ରିଙ୍କୁ ସିଂହ (୯) ଏଥର ଖାତା ଖୋଲି ପାରି ନଥିଲେ। ତଥାପି ଭେଙ୍କଟେଶ ଓ ମନୀଷ ରକ୍ଷଣାତ୍ମକ ଭାବେ ଭାଗୀଦାରି ଆରମ୍ଭ କରିବା ସହ ଷଷ୍ଠ ୱିକେଟ୍‌ରେ ୬୨ବଲ୍‌ରୁ ୮୩ ରନ୍‌ ଯୋଡ଼ିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ