Masthead

ବିଜେପିର କ୍ୟାପଟେନ କିଏ: ଅତନୁ ସବ୍ୟସାଚୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମନମୋହନ ଓ ଅପରାଜିତାଙ୍କ ଅଭିଯୋଗ ଆଧାରରେ ଜଣେ ଆଇଏଏସଙ୍କୁ କେନ୍ଦ୍ରର ନୋଟିସ ପରେ ପ୍ରତିକ୍ରିୟା ରଖିଛି ବିଜେଡି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ଆମର ସରକାର ହେଉଛନ୍ତି ମୁଖ୍ୟମନ୍ତ୍ରୀ । ବାରମ୍ବାର ଲୋକ ତାଙ୍କୁ ଜିତାଇବା ସହ ମ୍ୟାଣ୍ଡେଟ ଦେଇ ଆସୁଛନ୍ତି । ଆମେ ଲୋକଙ୍କ ସେବା କରିବୁ ଲୋକଙ୍କ ପାଖକୁ ଯିବୁ । କେବଳ ସଚିବ ନୁହଁନ୍ତି ଉନ୍ନୟନ କମିଶନର, ମୁଖ୍ୟ ଶାସନ ସଚିବ ଏବଂ ମନ୍ତ୍ରୀ ମାନେ ବି ଯାଉଛନ୍ତି । ଆମେ ଲୋକଙ୍କ ପାଖକୁ ଯାଉଥିବା ବେଳେ ଆଉ କିଛି ଲୋକ ଭୁବନେଶ୍ୱରରେ ବସି ଦିଲ୍ଲୀ ଦୌଲତାବାଦ ଦଉଡୁଛନ୍ତି ।

ସେମାନେ ଯେଉଁ କଥା କହୁଛନ୍ତି ଲୋକେ ତାକୁ ଗ୍ରହଣ କରୁ ନାହାନ୍ତି । ଲୋକ ଖୁସି ହେଉଛନ୍ତି, ହୁଳହୁଳି ପକାଉଛନ୍ତି । ଯଦି ଭୁବନେଶ୍ୱରରେ କାହାର ଫିଡ଼ ବ୍ୟାକ ଦରକାର ହେଉଛି ଗାଁ କୁ ଯାଇ କି ଲୋକଙ୍କୁ ପଚାରନ୍ତୁ । ୫-ଟି, ମୁଖ୍ୟ ଶାସନ ସଚିବ ଯିବା ଦ୍ୱାରା ଲୋକେ ଖୁସି ଅଛନ୍ତି । ବିଜେପିର ସମସ୍ୟା ଟା ଅଲଗା । କାହା ନିର୍ଦ୍ଦେଶରେ କେଉଁଠି ଯିବେ ବାଟ ପାଉ ନାହାଁନ୍ତି । ତାଙ୍କ କ୍ୟାପଟେନ ସ୍ଥିର କରି ପାରୁ ନାହାଁନ୍ତି । ତାଙ୍କର କ୍ୟାପଟେନ କିଏ ? ଆମର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ତାଙ୍କର କ୍ୟାପଟେନ କିଏ ଜଣା ପଡୁନି । ସେମାନେ ଆଗ ସ୍ଥିର କରନ୍ତୁ କିଏ ତାଙ୍କ କ୍ୟାପଟେନ । କାହା ଦାୟିତ୍ୱରେ ଯିବେ । ଲୋକଙ୍କ ପାଖକୁ ଯାଆନ୍ତୁ ଭୁବନେଶ୍ୱର କାହିଁକି ବସିଛନ୍ତି, ଦିଲ୍ଲୀ ଦୌଲତାବାଦ କାହିଁକି ଦଉଡୁଛନ୍ତି?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା