Masthead

୪ରେ ବିଜେଡି ସରକାରଙ୍କ ଏକ୍ସପାୟରି ଡେଟ, ୧୦ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାବେଶ

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ । କହିଛନ୍ତି ଏଠାକାର ବିକାଶ କରି ମୁଁ ଆପଣଙ୍କ ଆଶୀର୍ବାଦ ଫେରସ୍ତ କରିବି । ଆପଣଙ୍କ ଉତ୍ସାହ ସ୍ପଷ୍ଟ କରୁଛି ଯେ ଏଥର ବିଜେଡି ଯିବ । ଏଥର ବିଜେଡି ଯିବ, ଓଡ଼ିଶାରେ ବିଜେପି ଆସିବ । ଯିଏ ଓଡ଼ିଶା ଲୋକଙ୍କୁ ଜାଣିଥିବ, ବୁଝିଥିବ, ସେ ହିଁ ହେବ ମୁଖ୍ୟମନ୍ତ୍ରୀ । ଓଡ଼ିଶା ଏବଂ ଦିଲ୍ଲୀରେ ଡବଲ ଇଂଜିନ ସରକାର ହେବ । ଡବଲ ଇଂଜିନ ସରକାର ଓଡ଼ିଶା ବିକାଶକୁ ନୂଆ ଗତି ଦେବ ।

ସେ ଆହୁରି ମଧ୍ୟ କହିଛନ୍ତି ସମସ୍ତ ୨୧ ଲୋକସଭା ସିଟ୍‌ରେ ବିଜେପି ବିଜୟୀ ହେବ । ବିଧାନସଭାରେ ବିଜେପିକୁ ବମ୍ପର ବିଜୟ ମିଳିବ । ବିଜେପିର ବିଜୟରେ ଓଡ଼ିଶାକୁ ନୂଆ ଶକ୍ତି, ନୂଆ ନେତୃତ୍ବ ମିଳିବ । ୪ ଜୁନ୍‌ ବିଜେଡି ସରକାରର ଏକ୍ସପାୟରି ଡେଟ୍‌ । ୧୦ ଜୁନ୍‌ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ । ବିଜେପି ସରକାର ଶପଥ ସମାରୋହକୁ ନିମନ୍ତ୍ରଣ ଜଣାଉଛି । କିଛି ଲୋକ ରାମମନ୍ଦିର ନିମନ୍ତ୍ରଣକୁ ଅଗ୍ରାହ୍ୟ କରିଥିଲେ । ଆପଣମାନେ ସେମିତି କରିବେନି, ନିଶ୍ଚିତ ଯିବେ ବୋଲି ବିଶ୍ବାସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼