Masthead

ଦିଲ୍ଲୀ ପରେ ଏବେ ଅହମଦାବାଦ, ସ୍କୁଲକୁ ବୋମାରେ ଉଡାଇବାକୁ ଧମକ

ଅହମଦାବାଦ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀର ସ୍କୁଲଗୁଡିକ ଉପରେ ବୋମା ମାଡ଼ କରିବାକୁ ଧମକାଇବା ପରେ ଗୁଜୁରାଟର ଅହମଦାବାଦରେ ଆତଙ୍କ ଖେଳିଯାଇଛି। ଅହମଦାବାଦର କେତେକ ବିଦ୍ୟାଳୟକୁ ଧମକପୂର୍ଣ୍ଣ ଇମେଲ ଆସିଛି । ଯେଉଁଥିରେ ସ୍କୁଲ ଗୁଡିକୁ ବୋମା ବିସ୍ଫୋରଣ କରିବାର ଧମକ ଦିଆଯାଇଛି। କୁହାଯାଉଛି ଯେ ଏହି ଧମକପୂର୍ଣ୍ଣ ମେଲ ରୁଷିଆର ହ୍ୟାଣ୍ଡେଲରଙ୍କଠାରୁ ଆସିଛି। ଏହି ଇମେଲ ପରେ ପୋଲିସ ସତର୍କ ହୋଇ ବିଦ୍ୟାଳୟରେ ସର୍ଚ୍ଚ ଅପରେସନ କରୁଛି। ବର୍ତ୍ତମାନ ସୁଦ୍ଧା ପୋଲିସ ଟିମ କୌଣସି ଆପତ୍ତିଜନକ ଜିନିଷ ପାଇନାହିଁ।

ଏହାକୁ ନେଇ ପୋଲିସ ଏବଂ ସୁରକ୍ଷା ଏଜେନ୍ସି ସଜାଗ ଅଛନ୍ତି। କିଛି ଦିନ ତଳେ ଦିଲ୍ଲୀ ଓ ନୋଏଡାର ଅନେକ ସ୍କୁଲରେ ବୋମାମାଡ଼ କରି ଉଡାଇ ଦେବାକୁ ଆସିଥିଲା ଧମକପୂର୍ଣ୍ଣ ଇ-ମେଲ ଓ ଫୋନ୍ କଲ । ଡିଏଭି ସାଉଥ ୱେଷ୍ଟ, ଦ୍ୱାରକା ଡିପିଏସ୍, ମୟୂର ବିହାରରେ ଥିବା ମଦର ମେରୀ ସ୍କୁଲ, ନୋଏଡାର ଡିପିଏସ୍ ପରି ହାଇପ୍ରୋଫାଇଲ ସ୍କୁଲକୁ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା। ଭୋର ସମୟରୁ ସବୁ ସ୍କୁଲକୁ ମେସେଜ୍ ଆସିଥିଲା । ଗୋଟିଏ ଇ-ମେଲରୁ ସବୁ ସ୍କୁଲକୁ ମେଲ୍ ଆସିଥିବା ଜଣାପଡ଼ିଥିଲା । ଏହା ପରେ ତୁରନ୍ତ ସ୍କୁଲରେ ପୋଲିସ, ଦମକଳ ବାହିନୀ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ