Masthead

ପାକିସ୍ତାନ ଗସ୍ତରେ ସାଉଦି କ୍ରାଉନ୍ ପ୍ରିନ୍ସଙ୍କ ୫୦ ଜଣିଆ ଟିମ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସାଉଦି ଆରବର ବିଶେଷ ପ୍ରତିନିଧୀ ଦଳ ପାକିସ୍ତାନରେ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗର ଅନୁସନ୍ଧାନ କରିବେ । ଏଥିରେ ଏ ୩୦ ଟି କମ୍ପାନୀର ପ୍ରତିନିଧୀ ରଅଛନ୍ତି । ଏଥି ସହିତ ପାକିସ୍ତାନ ମଧ୍ୟ ସାଉଦି ଠାରୁ ବଡ ପୁଞ୍ଜି ବିନିଯୋଗ ଆଶା କରୁଛି । ପୁଞ୍ଜି ବିନିଯୋଗ ସମ୍ଭାବନା ଦେଖି ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ପାକିସ୍ତାନକୁ ୫୦ ଜଣିଆ ଏକ ବିଶେଷ ପ୍ରତିନିଧି ଦଳ ପଠାଇଛନ୍ତି । ଏହି ଲୋକମାନେ ପାକିସ୍ତାନରେ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗର ସମ୍ଭାବନା ଅନୁସନ୍ଧାନ କରିବେ । ସାଉଦି ପ୍ରତିନିଧି ଦଳକୁ ପାକିସ୍ତାନ ବାଣିଜ୍ୟ ମନ୍ତ୍ରୀ ଜାମ କମଲ ଖାନ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ମୁସାଦିକ ମାସୁଦ ମଲିକ ସ୍ୱାଗତ କରିଛନ୍ତି ।

ଏହି ୫୦ ଜଣିଆ ପ୍ରତିନିଧୀ ଦଳରେ ୩୦ ଟି କମ୍ପାନୀର ପ୍ରତିନିଧୀ ଅନ୍ତର୍ଭୁକ୍ତ ଅଛନ୍ତି । ଦୁଇ ଦେଶ ମଧ୍ୟରେ ନିବେଶ ସମ୍ମିଳନୀ ସୋମବାର ଠାରୁ ଆରମ୍ଭ ହେବ। ଏଥିରେ ଉଭୟ ଦେଶର କମ୍ପାନୀର ଅଧିକାରୀମାନେ ଅଂଶଗ୍ରହଣ କରିବେ । ଉଭୟ ଦେଶରେ ବାଣିଜ୍ୟ ଏବଂ ନିବେଶକୁ ପ୍ରୋତ୍ସାହିତ କରିବା ହେଉଛି ନିବେଶ ସମ୍ମିଳନୀର ଉଦ୍ଦେଶ୍ୟ । ଅଧିକାରୀ କହିଛନ୍ତି ଯେ ଏହି ପ୍ରତିନିଧୀ ଦଳ ପାକ୍-ସାଉଦି ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାନୀୟ ଉଦ୍ୟୋଗୀଙ୍କ ସହ ବ୍ୟବସାୟିକ ସମ୍ପର୍କକୁ ମଜବୁତ କରିବା ପାଇଁ ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା କରିବେ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା