Masthead

ପାକିସ୍ତାନ ଗସ୍ତରେ ସାଉଦି କ୍ରାଉନ୍ ପ୍ରିନ୍ସଙ୍କ ୫୦ ଜଣିଆ ଟିମ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସାଉଦି ଆରବର ବିଶେଷ ପ୍ରତିନିଧୀ ଦଳ ପାକିସ୍ତାନରେ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗର ଅନୁସନ୍ଧାନ କରିବେ । ଏଥିରେ ଏ ୩୦ ଟି କମ୍ପାନୀର ପ୍ରତିନିଧୀ ରଅଛନ୍ତି । ଏଥି ସହିତ ପାକିସ୍ତାନ ମଧ୍ୟ ସାଉଦି ଠାରୁ ବଡ ପୁଞ୍ଜି ବିନିଯୋଗ ଆଶା କରୁଛି । ପୁଞ୍ଜି ବିନିଯୋଗ ସମ୍ଭାବନା ଦେଖି ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ପାକିସ୍ତାନକୁ ୫୦ ଜଣିଆ ଏକ ବିଶେଷ ପ୍ରତିନିଧି ଦଳ ପଠାଇଛନ୍ତି । ଏହି ଲୋକମାନେ ପାକିସ୍ତାନରେ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗର ସମ୍ଭାବନା ଅନୁସନ୍ଧାନ କରିବେ । ସାଉଦି ପ୍ରତିନିଧି ଦଳକୁ ପାକିସ୍ତାନ ବାଣିଜ୍ୟ ମନ୍ତ୍ରୀ ଜାମ କମଲ ଖାନ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ମୁସାଦିକ ମାସୁଦ ମଲିକ ସ୍ୱାଗତ କରିଛନ୍ତି ।

ଏହି ୫୦ ଜଣିଆ ପ୍ରତିନିଧୀ ଦଳରେ ୩୦ ଟି କମ୍ପାନୀର ପ୍ରତିନିଧୀ ଅନ୍ତର୍ଭୁକ୍ତ ଅଛନ୍ତି । ଦୁଇ ଦେଶ ମଧ୍ୟରେ ନିବେଶ ସମ୍ମିଳନୀ ସୋମବାର ଠାରୁ ଆରମ୍ଭ ହେବ। ଏଥିରେ ଉଭୟ ଦେଶର କମ୍ପାନୀର ଅଧିକାରୀମାନେ ଅଂଶଗ୍ରହଣ କରିବେ । ଉଭୟ ଦେଶରେ ବାଣିଜ୍ୟ ଏବଂ ନିବେଶକୁ ପ୍ରୋତ୍ସାହିତ କରିବା ହେଉଛି ନିବେଶ ସମ୍ମିଳନୀର ଉଦ୍ଦେଶ୍ୟ । ଅଧିକାରୀ କହିଛନ୍ତି ଯେ ଏହି ପ୍ରତିନିଧୀ ଦଳ ପାକ୍-ସାଉଦି ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାନୀୟ ଉଦ୍ୟୋଗୀଙ୍କ ସହ ବ୍ୟବସାୟିକ ସମ୍ପର୍କକୁ ମଜବୁତ କରିବା ପାଇଁ ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା କରିବେ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ