Masthead

ରାସ୍ତାକଡରୁ ଅଚିହ୍ନା କିନ୍ନରଙ୍କ ଶବ ଉଦ୍ଧାର

ଜଗନ୍ନାଥ ପ୍ରସାଦ(ବଡ ଖବର ) ଆଜି ୨୧ନଂ ରାଜ୍ୟ ରାଜପଥର ବିଡିପୁର ନିକଟ ଭୂଷଣ୍ଡପାଳ ରାସ୍ତା କଡ଼ରେ ଜଣେ ଅଚିହ୍ନ କିନ୍ନରର ମୃତଦେହ ପଡ଼ି ଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଖବର ପାଇ ଜଗନ୍ନାଥ ପ୍ରସାଦ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲା । ମୃତକଙ୍କ ଶରୀର ଗଠନରୁ ସେ ଜଣେ କିନ୍ନର ବୋଲି ଜଣାପଡିଥିଲା । ମୁଣ୍ଡ ଚୁଟି ମୁକୁଳାଥିବା ବେଳେ ସେ ଜିନ ପ୍ୟାଣ୍ଟ ଓ ଟିସାର୍ଟ ପିନ୍ଧିଥିଲେ ।

ଶବ ଉପରେ ଗୋଟାଏ ଓଢଣି ଘୋଡ଼େଇ ଦିଆଯାଇଛି । ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି । ସ୍ଥାନୀୟ ଅଞ୍ଚଳରେ ଉକ୍ତ ଵ୍ୟକ୍ତିକୁ କେହି କେବେ ଦେଖିନଥିଲେ । ବେଲଗୁଣ୍ଠ ଅଞ୍ଚଳରେ ରହୁଥିବା କିଛି କିନ୍ନରଙ୍କୁ ଶବ ଚିହ୍ନଟ ପାଇଁ ଡକା ଯାଇଥିଲେବି ଶବ ଚିହ୍ନଟ ହୋଇପାରି ନାହିଁ। ତେଣୁ ଛତ୍ରପୁର ସାଇଣ୍ଟିଫିକ ଟିମକୁ ଡ଼କାଯାଇ ତଦନ୍ତ କରାଯାଉଛି । ଭଂଜନଗର ଏସଡିପିଓ ସୁଧାଂଶୁ ଶେଖର ମିଶ୍ର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ