Masthead

ବିଜେପିର ମିଶ୍ରଣ ପର୍ବ 

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ):  ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀମଣ୍ଡଳିରେ ବୁଧୁବାର ସନ୍ଧ୍ୟାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ  ତଥା ବିଜେପି ବିଧାୟକ ପ୍ରାର୍ଥୀ ଧାମରାଇ ମନ୍ଦିର ପ୍ରାଙ୍ଗଣରୁ ବାହାରି ମତୋ ବଜାର ପର୍ଯ୍ୟନ୍ତ ଏକ ମେଗା ରୋଡ଼ ସୋ କରିଛନ୍ତି ।  ହଜାର ହଜାର ମୋଟର ସାଇକେଲ ଶୋଭାଯାତ୍ରାରେ ଖୋଲା ଜିପରେ ବାହାରି ମୋତୋ କଚେରୀ ପଡିଆରେ ଆୟୋଜିତ ମହାମିଶ୍ରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଶ୍ରୀ ସାମଲ ।

ଭଦ୍ରକ ଜିଲା ବିଜେପି ସାଧାରଣ ସମ୍ପାଦକ କମଳାକାନ୍ତ ସୂତାରଙ୍କ ସଭାପତିତ୍ୱରେ ଏହି ମିଶ୍ରଣ ପର୍ବରେ ସମିତି ସଭ୍ୟ ପ୍ରିୟ ରଞ୍ଜନ ଜେନା, ଜଳେଶ୍ୱେରପୁର ପଞ୍ଚାୟତ ପୂର୍ବତନ କଂଗ୍ରେସ ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ଅଜୟ କୁମାର ଦାସ, ବିଜେଡି ଜିଲା ଯୁବ ସମ୍ପାଦକ ଅତୁଲ କୁମାର ଜେନା, ଚାନ୍ଦବାଲି ଏନ ଏସ ସୀର ବିଜେଡି ଯୁବ ନେତା ସାଗର ସାହୁ ସହ ହଜାରରୁ ଅଧିକ କର୍ମୀ ବିଜେଡି ଓ କଂଗ୍ରେସ ଛାଡି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଥିଲେ  । ନୂତନ କରି ଦଳକୁ ଆସିଥିବା ନେତା କର୍ମୀମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।  ମନମୋହନ ସାମଲ କହିଥିଲେ ଏହି ଉଦୟମାନ ଯୁବ ନେତାମାନଙ୍କ ବିଜେପିରେ ଯୋଗଦାନ ଫଳରେ ସାରା ନିର୍ବାଚନୀମଣ୍ଡଳିରେ ଦଳର ଶକ୍ତି ବୃଦ୍ଧି ସାଙ୍ଗକୁ ଓଡ଼ିଶାରେ ଚାଲିଥିବା ଦୁର୍ନୀତି ଓ ଭଷ୍ଟାଚାରୀ ଶାସନର ମୂଳ ପୋଛ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା