Masthead

ବିଜେପିର ମିଶ୍ରଣ ପର୍ବ 

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ):  ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀମଣ୍ଡଳିରେ ବୁଧୁବାର ସନ୍ଧ୍ୟାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ  ତଥା ବିଜେପି ବିଧାୟକ ପ୍ରାର୍ଥୀ ଧାମରାଇ ମନ୍ଦିର ପ୍ରାଙ୍ଗଣରୁ ବାହାରି ମତୋ ବଜାର ପର୍ଯ୍ୟନ୍ତ ଏକ ମେଗା ରୋଡ଼ ସୋ କରିଛନ୍ତି ।  ହଜାର ହଜାର ମୋଟର ସାଇକେଲ ଶୋଭାଯାତ୍ରାରେ ଖୋଲା ଜିପରେ ବାହାରି ମୋତୋ କଚେରୀ ପଡିଆରେ ଆୟୋଜିତ ମହାମିଶ୍ରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଶ୍ରୀ ସାମଲ ।

ଭଦ୍ରକ ଜିଲା ବିଜେପି ସାଧାରଣ ସମ୍ପାଦକ କମଳାକାନ୍ତ ସୂତାରଙ୍କ ସଭାପତିତ୍ୱରେ ଏହି ମିଶ୍ରଣ ପର୍ବରେ ସମିତି ସଭ୍ୟ ପ୍ରିୟ ରଞ୍ଜନ ଜେନା, ଜଳେଶ୍ୱେରପୁର ପଞ୍ଚାୟତ ପୂର୍ବତନ କଂଗ୍ରେସ ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ଅଜୟ କୁମାର ଦାସ, ବିଜେଡି ଜିଲା ଯୁବ ସମ୍ପାଦକ ଅତୁଲ କୁମାର ଜେନା, ଚାନ୍ଦବାଲି ଏନ ଏସ ସୀର ବିଜେଡି ଯୁବ ନେତା ସାଗର ସାହୁ ସହ ହଜାରରୁ ଅଧିକ କର୍ମୀ ବିଜେଡି ଓ କଂଗ୍ରେସ ଛାଡି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଥିଲେ  । ନୂତନ କରି ଦଳକୁ ଆସିଥିବା ନେତା କର୍ମୀମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।  ମନମୋହନ ସାମଲ କହିଥିଲେ ଏହି ଉଦୟମାନ ଯୁବ ନେତାମାନଙ୍କ ବିଜେପିରେ ଯୋଗଦାନ ଫଳରେ ସାରା ନିର୍ବାଚନୀମଣ୍ଡଳିରେ ଦଳର ଶକ୍ତି ବୃଦ୍ଧି ସାଙ୍ଗକୁ ଓଡ଼ିଶାରେ ଚାଲିଥିବା ଦୁର୍ନୀତି ଓ ଭଷ୍ଟାଚାରୀ ଶାସନର ମୂଳ ପୋଛ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ