Masthead

ଗିରଫ ହେଲେ ଖଲିସ୍ତାନୀ ସମର୍ଥକ ଅମୃତପାଲଙ୍କ ମାଆ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଖଲିସ୍ତାନୀ ଲିଡର ଅମୃତପାଲଙ୍କ ମା’ଙ୍କୁ ଗିରଫ କଲା ପୋଲିସ । ତାଙ୍କ ସହ ଅମୃତପାଲଙ୍କ ୩ ସମ୍ପର୍କୀୟଙ୍କ ମଧ୍ୟ ଗିରଫ କରିଛି ପୋଲିସ । ପୁଅ ଅମୃତପାଲକୁ ଆସାମ ଦିବ୍ରୁଗଡ ଜେଲରୁ ପଞ୍ଜାବ ଜେଲକୁ ସ୍ଥାନାନ୍ତର କରିବା ଦାବିରେ ଅମୃତପାଲଙ୍କ ମା’ ବଲବିନ୍ଦର କୌର ଆସନ୍ତା କାଲିଠାରୁ ‘ଚେତନା ମାର୍ଚ୍ଚ’ ନାଁରେ ରାଲି ବାହାର କରିବା ସହ ଆମରଣ ଅନଶନ ଆରମ୍ଭ କରିଥାନ୍ତେ । ହେଲେ ତା ପୂର୍ବରୁ ତାଙ୍କୁ ଆଜି ଗିରଫ କରାଯାଇଛି । ଅମୃତପାଲଙ୍କୁ ଗତବର୍ଷ ଗିରଫ କରାଯାଇଥିଲା ।

ତେବେ ଅମୃତପାଲ ସିଂହଙ୍କ ମା’ଙ୍କ ଗିରଫଦାରୀ ପରେ ପଞ୍ଜାବରେ ରାଜନୀତି ଜୋର ଧରିଛି । ଅମୃତପାଲ ଏବଂ ତାଙ୍କ ୯ ଜଣ ସାଥିଙ୍କୁ ଆସାମର ଦିବ୍ରୁଗଢ ଜେଲରେ ବନ୍ଦୀ ରହିଛନ୍ତି । ସେମାନଙ୍କୁ ପଞ୍ଜାବ ଜେଲ ସ୍ଥାନାନ୍ତର କରିବା ଦାବିରେ ଏପ୍ରିଲ ୮କୁ ବଲୱିନ୍ଦର କୌର ଏକ ‘ଚେତନା ରାଲି’ ପାଇଁ ଯୋଜନା କରୁଥିଲେ । ଏହି ରାଲି ବଠିଣ୍ଡା ସ୍ଥିତ ତଖତ ଦମଦମା ସାହିବରୁ ମାର୍ଚ୍ଚ ଆରମ୍ଭ ହୋଇଥାନ୍ତା । ଅମୃତସରର ଡିସିପି ଆଲମ ବିଜୟ ସିଂହଙ୍କ କହିବାନୁଯାୟୀ ବଲୱିନ୍ଦରଙ୍କ ସହ ଅମୃତପାଲଙ୍କ ଦାଦା ଏବଂ ୩ ଜଣଙ୍କୁ ହେପାଜତକୁ ନିଆଯାଇଛି ।

ତେଣୁ ବଲଓ୍ଵିନ୍ଦର କୌରଙ୍କ ସହିତ ଅନ୍ୟ କଏଦୀଙ୍କ ପରିଜନ ୨୨ ଫେବୃଆରୀରୁ ଅମୃତସର ସ୍ୱର୍ଣ୍ଣମନ୍ଦିର ପାଖରେ ଅନଶନରେ ବସିଛନ୍ତି । ତାଙ୍କ କହିବାନୁଯାୟୀ, ଅମୃତପାଲ ଏବଂ ଅନ୍ୟ ବନ୍ଦୀକୁ ପଞ୍ଜାବ ଜେଲକୁ ଟ୍ରାନ୍ସଫର କରାନଯାଏ, ସେପର୍ଯ୍ୟନ୍ତ ଆମରଣ ଅନଶନରେ ଜାରି ରହିବ । ଅମୃତପାଲ ସିଂହଙ୍କ ପତ୍ନୀ କିରଣଦୀପ କୌରଙ୍କୁ ଗତ ବର୍ଷ ଏପ୍ରିଲ ୨୧ରୁ ଅମୃତସର ବିମାନ ବନ୍ଦରରୁ ଗିରଫ କରାଯାଇଥିଲା । ଏହାର ୨ ଦିନ ପରେ ପଞ୍ଜାବ ମୋଗା ଜିଲ୍ଲାର ଗୁରୁଦ୍ୱାରରେ ଆତ୍ମସମର୍ପଣ କରିଥିଲେ ଅମୃତପାଲ ସିଂହ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି