ଗିରଫ ହେଲେ ଖଲିସ୍ତାନୀ ସମର୍ଥକ ଅମୃତପାଲଙ୍କ ମାଆ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଖଲିସ୍ତାନୀ ଲିଡର ଅମୃତପାଲଙ୍କ ମା’ଙ୍କୁ ଗିରଫ କଲା ପୋଲିସ । ତାଙ୍କ ସହ ଅମୃତପାଲଙ୍କ ୩ ସମ୍ପର୍କୀୟଙ୍କ ମଧ୍ୟ ଗିରଫ କରିଛି ପୋଲିସ । ପୁଅ ଅମୃତପାଲକୁ ଆସାମ ଦିବ୍ରୁଗଡ ଜେଲରୁ ପଞ୍ଜାବ ଜେଲକୁ ସ୍ଥାନାନ୍ତର କରିବା ଦାବିରେ ଅମୃତପାଲଙ୍କ ମା’ ବଲବିନ୍ଦର କୌର ଆସନ୍ତା କାଲିଠାରୁ ‘ଚେତନା ମାର୍ଚ୍ଚ’ ନାଁରେ ରାଲି ବାହାର କରିବା ସହ ଆମରଣ ଅନଶନ ଆରମ୍ଭ କରିଥାନ୍ତେ । ହେଲେ ତା ପୂର୍ବରୁ ତାଙ୍କୁ ଆଜି ଗିରଫ କରାଯାଇଛି । ଅମୃତପାଲଙ୍କୁ ଗତବର୍ଷ ଗିରଫ କରାଯାଇଥିଲା ।

ତେବେ ଅମୃତପାଲ ସିଂହଙ୍କ ମା’ଙ୍କ ଗିରଫଦାରୀ ପରେ ପଞ୍ଜାବରେ ରାଜନୀତି ଜୋର ଧରିଛି । ଅମୃତପାଲ ଏବଂ ତାଙ୍କ ୯ ଜଣ ସାଥିଙ୍କୁ ଆସାମର ଦିବ୍ରୁଗଢ ଜେଲରେ ବନ୍ଦୀ ରହିଛନ୍ତି । ସେମାନଙ୍କୁ ପଞ୍ଜାବ ଜେଲ ସ୍ଥାନାନ୍ତର କରିବା ଦାବିରେ ଏପ୍ରିଲ ୮କୁ ବଲୱିନ୍ଦର କୌର ଏକ ‘ଚେତନା ରାଲି’ ପାଇଁ ଯୋଜନା କରୁଥିଲେ । ଏହି ରାଲି ବଠିଣ୍ଡା ସ୍ଥିତ ତଖତ ଦମଦମା ସାହିବରୁ ମାର୍ଚ୍ଚ ଆରମ୍ଭ ହୋଇଥାନ୍ତା । ଅମୃତସରର ଡିସିପି ଆଲମ ବିଜୟ ସିଂହଙ୍କ କହିବାନୁଯାୟୀ ବଲୱିନ୍ଦରଙ୍କ ସହ ଅମୃତପାଲଙ୍କ ଦାଦା ଏବଂ ୩ ଜଣଙ୍କୁ ହେପାଜତକୁ ନିଆଯାଇଛି ।

ତେଣୁ ବଲଓ୍ଵିନ୍ଦର କୌରଙ୍କ ସହିତ ଅନ୍ୟ କଏଦୀଙ୍କ ପରିଜନ ୨୨ ଫେବୃଆରୀରୁ ଅମୃତସର ସ୍ୱର୍ଣ୍ଣମନ୍ଦିର ପାଖରେ ଅନଶନରେ ବସିଛନ୍ତି । ତାଙ୍କ କହିବାନୁଯାୟୀ, ଅମୃତପାଲ ଏବଂ ଅନ୍ୟ ବନ୍ଦୀକୁ ପଞ୍ଜାବ ଜେଲକୁ ଟ୍ରାନ୍ସଫର କରାନଯାଏ, ସେପର୍ଯ୍ୟନ୍ତ ଆମରଣ ଅନଶନରେ ଜାରି ରହିବ । ଅମୃତପାଲ ସିଂହଙ୍କ ପତ୍ନୀ କିରଣଦୀପ କୌରଙ୍କୁ ଗତ ବର୍ଷ ଏପ୍ରିଲ ୨୧ରୁ ଅମୃତସର ବିମାନ ବନ୍ଦରରୁ ଗିରଫ କରାଯାଇଥିଲା । ଏହାର ୨ ଦିନ ପରେ ପଞ୍ଜାବ ମୋଗା ଜିଲ୍ଲାର ଗୁରୁଦ୍ୱାରରେ ଆତ୍ମସମର୍ପଣ କରିଥିଲେ ଅମୃତପାଲ ସିଂହ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!