Masthead

ପାରାଦୀପ ନିର୍ବାଚନମଣ୍ଡଳିରେ ଭୁଷୁଡିବାରେ ଲାଗିଛି ବିଜେଡିର ଗଡ

ପାରାଦୀପ (ବଡ଼ ଖବର ବ୍ୟୁରୋ): ପାରାଦୀପ ନିର୍ବାଚନମଣ୍ଡଳିରେ ଭୁଷୁଡିବାରେ ଲାଗିଛି ବିଜେଡିର ଗଡ। ବିଧାୟକଙ୍କ ହାତ ଛାଡିବାରେ ଲାଗିଛନ୍ତି କର୍ମୀ ଓ ସଂଗଠକ। ବିଜେଡି ପ୍ରାର୍ଥୀ ଚୟନରେ ପରିବାର ବାଦକୁ ପ୍ରାଧାନ୍ୟ ଦେବାକୁ ନେଇ ଅସନ୍ତୁଷ୍ଟ କର୍ମୀ ଓ ସଂଗଠକ ଏବେ ବିଜେପି ମୁହାଁ ହୋଇଛନ୍ତି। ବିଭିନ୍ନ ପଞ୍ଚାୟତରେ ବିଜେପି ତାର ଶକ୍ତି ବୃଦ୍ଧି କରୁଥିବା ବେଳେ ବୁଧବାର ରାହାମା ବଜାରରେ ଅନୁଷ୍ଠିତ ଜନ ସଙ୍କଳ୍ପ ସଭା ଓ ମିଶ୍ରଣ ପର୍ବ ବିଜେଡି ଦଳର ମେରୁଦଣ୍ଡକୁ ଦୋହଲାଇ ଦେଇଛି।

ବିଜେଡି ନେତା ଶିଶିର ଦାସଙ୍କ ନେତୃତ୍ବରେ ଶତାଧିକ ବିଜେଡି କର୍ମୀ ଓ ସଂଗଠକ ବିଜେପିରେ ସାମିଲ ହୋଇଛନ୍ତି। ଯାହା ବିଜେଡି ଦଳର ଭୋଟ ସମୀକରଣକୁ ସମ୍ପୂର୍ଣ୍ଣ ବିଗାଡି ଦେଇଛି। ପୂର୍ବରୁ ପାରାଦୀପ ମ୍ୟୁନିସିପାଲିଟି ଓ ୩୬ଟି ପଞ୍ଚାୟତରୁ ବିଜେଡିର ପାଖାପାଖି ୫ ହଜାର ରୁ ଉର୍ଦ୍ଧ୍ବ ସଂଗଠକ ସ୍ବର୍ଗତ ଡାକ୍ତର ଦାମୋଦର ରାଉତଙ୍କ ପରିବାରକୁ ବିରୋଧ କରିବା ସହିତ ଯଦି ଦଳ ତାଙ୍କ ପରିବାରକୁ ଟିକେଟ ଦିଏ ତେବେ ବିକଳ୍ପ ଚିନ୍ତା କରିବୁ ବୋଲି ଚେତାବନୀ ଦେବା ସହିତ ଠାକୁରଙ୍କ ଭୋଗ ଛୁଇଁ ତାଙ୍କ ପରିବାରକୁ ଭୋଟ ନଦେବାକୁ ଶପଥ କରିଥିଲେ । ତାରିଣୀଙ୍କ ପାଖକୁ ନଡିଆ ପଠାଇଥିଲେ। ବିଜେଡି ରାଜ୍ୟ ନେତୃତ୍ବ ସେମାନଙ୍କୁ ଡାକି ଆଲୋଚନା ମଧ୍ୟ କରିଥିଲେ ।

ମାତ୍ର ଦାମୋଦର ରାଉତଙ୍କ ବୋହୂ ତଥା ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ପତ୍ନୀଙ୍କୁ ଟିକେଟ ଦେବାରୁ ଏହି ସଂଗଠକ ମାନେ ଏବେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିର ଏହି ସମାବେଶରେ ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ବିଜେପି ନେତ୍ରୀ ପିଙ୍କି ପ୍ରଧାନ ସେମାନଙ୍କୁ ଦଳରେ ସ୍ବାଗତ କରିଥିଲେ। ଏକ ବିଶାଳ ରାଲିରେ ବିଜେପିର ସାସଂଦ ପ୍ରାର୍ଥୀ ବିଭୂପ୍ରସାଦ ତରାଇ ଓ ପାରାଦୀପ ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ବାଇଁ ରାହାମା ବଜାର ପରିକ୍ରମା କରିବା ସହିତ ପଦ୍ମ ଫୁଲରେ ଭୋଟ ଦେଇ ରାଜ୍ୟର ବିକାଶରେ ସାମିଲ ହେବାକୁ ନିବେଦନ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ