Masthead

ଦିଲ୍ଲୀରେ ମୋଦିଙ୍କ ସରକାର ଅଛି, ପୁଣି ସରକାର ହେବ: ହିମନ୍ତ ବିଶ୍ୱଶର୍ମା

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ମାଲକାନଗିରିରେ ପହଞ୍ଚିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଜନସଭାକୁ ସମ୍ବୋଧିତ କରି କାଲିମେଳାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଅଭିଭାଷଣ ଦେଇଛନ୍ତି । କହିଛନ୍ତି ଦିଲ୍ଲୀରେ ମୋଦିଙ୍କ ସରକାର ଅଛି ପୁଣି ମୋଦିଙ୍କ ସରକାର ହେବ । ଆମ ଆସାମରେ ୫୦ ଲକ୍ଷ ବଙ୍ଗାଳି ଅଛନ୍ତି କହିଲେ ବିଶ୍ବଶର୍ମା । ସେ ଆହୁରି ମଧ୍ୟ କହିଛନ୍ତି ମୋଦି ଯାହା କୁହନ୍ତି ତାକୁ କରିକି ଦେଖାନ୍ତି ବୋଲି ସମସ୍ତେ ଜାଣନ୍ତି । ଆସାମର ଲକ୍ଷେ ଲୋକଙ୍କୁ ସରକାରୀ ଖର୍ଚ୍ଚରେ ରାମ ମନ୍ଦିର ଦେଖାଇବାକୁ ନେବି ବୋଲି କହିଛନ୍ତି ହିମନ୍ତ । ଏଠି ବିଜେପି ସରକାର ଆସିଲେ ୫ ଲକ୍ଷ ଲୋକଙ୍କୁ ଦର୍ଶନ ପାଇଁ ନେବ ।

ନବୀନ ବାବୁ କେବଳ ଓକେ ଓକେ କହନ୍ତି, ଆଉ କିଛି କହନ୍ତିନି । ବିଜେପି ସରକାର ହେଲେ ଏଠି ରାଜସ୍ବ ଗ୍ରାମର ମାନ୍ୟତା ମିଳିବ । ବିଜେପି ସରକାର ଆସିଲେ, ନମ୍ବର ନୁହେଁ, ଗାଁର ନାଁ ଦିଆଯିବ । ବିଜେପି ମୁଖ୍ୟମନ୍ତ୍ରୀ ହେଲା ପରେ, ନିଶ୍ଚିତ ଭାବେ ଗାଁ ନାଁ ଦିଆଯିବ । ଛତିଶଗଡ଼ରେ ବିଜେପି ସରକାର, ଧାନ କିଣାଯାଉଛି ୩ ହଜାରରେ । ଏଠାରେ ବିଜେପି ସରକାର ଆସିଲେ ଧାନ କ୍ବିଣ୍ଟାଲ ୩୧ଶହ ହେବ । ଧାନ ୩୧ଶହରେ କିଣାଯିବା କଥା, ନବୀନ ବାବୁ ଦେଉଛନ୍ତି ୨୧ଶହ । ବିଜେଡି ସରକାର ହେବାର କୌଣସି ସମ୍ଭାବନା ନାହିଁ । ଦିଲ୍ଲୀରେ ମୋଦି ସରକାର, ରାଜ୍ୟରେ ବିଜେପି ସରକାର ହେବ । ଦିଲ୍ଲୀରେ ମୋଦି, ଭୁବନେଶ୍ବରରେ ବି ମୋଦି ସରକାର ହେବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା