Masthead

କେଜ୍ରିୱାଲଙ୍କୁ ଜାମିନ ଚତ୍ମକାର: ଆପ୍‌

ଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଅନ୍ତରୀଣ ଜାମିନ । ଜାମିନ ମିଳିବା ପରେ ଆପ୍‌ ମଧ୍ୟରେ ଖୁସିର ମାହଲ । ଜାମିନ କୁ ସର୍ତ୍ତମୁଳକ ଭାବରେ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । କେଜି୍ରୱଲଙ୍କ ଅବଧି ଜୁନ ୧ ଯାଏ ଥିବାରୁ ସେ ପରଦିନ ଅର୍ଥାତ ୨ ତାରିଖରେ ଆତ୍ମସମର୍ପଣ କରିବେ । ଏପରି ରାୟ ପରେ ଆପ ପକ୍ଷରୁ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏଥିରେ ଭରଦ୍ୱାଜ କହିଛନ୍ତି, “୪୦ ଦିନ ଭିତରେ ଅନ୍ତରୀଣ ଜାମିନ ମିଳିବା ଗୋଟିଏ ଚମତ୍କାର ଠାରୁ ଅଧିକ । ସୁପ୍ରିମକୋର୍ଟଙ୍କ ଜରିଆରେ ଭଗବାନ ଠାରୁ ସଙ୍କେତ ଆସିଛି ।

ଦେଶରେ ଯାହା ସବୁ ଘଟୁଛି, ସେଥିରେ ଗୋଟିଏ ପରିବର୍ତ୍ତନ ଆବଶ୍ୟକ ବୋଲି ଭଗବାନ ସୁପ୍ରିମକୋର୍ଟ ଜରିଆରେ ସଙ୍କେତ ଦେଇଛନ୍ତି । ଅରବିନ୍ଦ କେଜ୍ରିୱାଲଙ୍କ ସହ ଭଗବାନ ବଜରଙ୍ଗବାଲୀଙ୍କ ଆଶୀର୍ବାଦ ରହିଛି । ଆଜି ସେ ଜେଲରୁ ବାହାରିବେ। ମୁଁ ଭାବୁଛି ଏହା କୌଣସି ସାଧାରଣ କଥା ନୁହେଁ। ସେ ଗୋଟିଏ ବଡ଼ ଉଦ୍ଦେଶ୍ୟରେ ଜେଲରୁ ବାହାରକୁ ଆସୁଛନ୍ତି।” କେଜ୍ରିୱାଲ ଜେଲରୁ ବାହାରିବା ପରେ ଇଣ୍ଡିଆ ମେଣ୍ଟର ନିର୍ବାଚନ ପ୍ରଚାରରେ ଯୋଗଦେବେ । ବର୍ତ୍ତମାନ ସୁଦ୍ଧା ଦେଶରେ ୩ଟି ପର୍ୟ୍ୟାୟ ଭୋଟିଂ ଶେଷ ହୋଇ ସାରିଛି । ଏବେ ଆଉ ୪ଟି ପର୍ୟ୍ୟାୟରେ ଦେଶବାସୀ ଭୋଟ ଦେବେ। ଏହି ପର୍ୟ୍ୟାୟ ଗୁଡ଼ିକ ପାଇଁ କେଜ୍ରିୱାଲ ଆପ ଓ ବିରୋଧୀ ମେଣ୍ଟ ଇଣ୍ଡିଆ ପାଇଁ ପ୍ରଚାର କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି