Masthead

ପିଇବା ପାଣି ପାଇଁ ସଂଘର୍ଷ କରୁଛନ୍ତି ଗ୍ରାମବାସୀ

ଆସିକା(ବଡ଼ ଖବର ବ୍ୟୁରୋ): ପିଇବା ପାଣି ପାଇଁ ସଂଘର୍ଷ କରୁଛନ୍ତି ଗ୍ରାମବାସୀ । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଖଣ୍ଡଦେଉଳୀ ପଚାଂୟତରେ ଆଜି ବି ବହୁ ଗାଁ ଅଛି ଯେଉଁଠି ଲୋକ ଟୋପାଏ ବିଶୁଦ୍ଧ ଜଳ ପାଇ ପାରୁନାହାଁନ୍ତି । ସବୁ ସମୟରେ ଡ୍ରେନର ଦୂଷିତ ଜଳ ବ୍ୟବହାର କରୁଛନ୍ତି । ସେହି ଦୂସିତ ଜଳକୁ ପିଉଛନ୍ତି ଆଉ ରୋଷେଇ କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ସରକାର ମାଳ ମାଳ ଯୋଜନା ପ୍ରସ୍ତୁତ କରୁଛନ୍ତି । ହେଲେ ପ୍ରକୃତ ଯୋଜନା ଗ୍ରାମାଚଂଳରେ ପହଁଚି ପାରୁନି । ଯୋଜନା ଯୋଜନାରେ ରହିଯାଉଛି । ଦେଶ ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଆସିକା ବ୍ଲକ ଖଣ୍ଡଦେଉଳୀ ପଚାଂୟତ କର୍ଣ୍ଣୋଳୀ ଗ୍ରାମବାସୀ ଡ୍ରେନର ଦୂଷିତ ପାଣି ପିଉଛନ୍ତି ।

ପ୍ରାୟ ୨ ଶହରୁ ୩ ଶହ ପରିବାର ପ୍ରାୟ ୫ ବର୍ଷ ହେଲା ଡ୍ରେନ ଭିତରେ ଯାଇଥିବା ପିଇବା ପାଣି ପାଇପର ଦୂଷିତ ଜଳ ବ୍ୟବହାର କରୁଛନ୍ତି । ଏନେଇ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ ଅନଭିଜ୍ଞ ଠିକାଦାରଙ୍କ ଭୁଲ କାମ ଯୋଗୁଁ ଏଭଳି ଅସୁବିଧା ସମ୍ମୁଖୀନ ହୋଉଛନ୍ତି ଗ୍ରାମବାସୀ। ଗାଁ ମଝିରେ ଥିବା କେବଳ ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି ସମସ୍ତ ଗ୍ରାମବାସୀ । ନଳକୂପ ଅଚଳ ହେଲେ ଦୁଃଖ କହିଲେ ନ ସରେ । ସରକାରଙ୍କ ଦ୍ୱାରା ସ୍ୱଚ୍ଚ ଜଳ ଓ ବସୁଧା ଯୋଜନାରେ ଘରକୁ ଘରକୁ ପିଇବା ପାଣି ପାଇଁ ପାଇପ ସଂଯୋଗ ହୋଇଛି ।

ହେଲେ ପ୍ରତ୍ୟେକ ସମୟରେ ଡ୍ରେନରେ ଯାଇଥିବା ପାଇପର ଦୂଷିତ ଜଳ ପିଇବା ବିନା ଆଉ କୈାଣସି ରାସ୍ତା ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି । ସେପଟେ ଗ୍ରୀଷ୍ମର ପ୍ରଚଣ୍ଡ ରୈାଦ୍ର ତାପରେ ସମସ୍ତ ନଦୀ, ଗାଡିଆ ଓ ପୋଖରୀ ଶୁଖି ଯାଇଥିବା ବେଳେ ବର୍ତ୍ତମାନ ପିଇବା ପାଣି ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଏଠାରେ ଜଳ ସଙ୍କଟ ସମସ୍ୟା ଦେଖାଦେଇଛି । ମୁଣ୍ଡ ଉପରେ ନିର୍ବାଚନ ରହିଛି । ନିର୍ବାଚନ ପ୍ରଚାର ପାଇଁ ନେତା ଆସନ୍ତି । କୋମଳ ବଚନ କହି ଭୋଟ ହାତାନ୍ତି । ତାପରେ ଆଉ ଦେଖା ଦେଉନଥିବା ବେଳେ ଚଳିତ ନିର୍ବାଚନରେ ପିଇବା ପାଣି ପାଇଁ ବ୍ୟବସ୍ଥା ନ କରିଲେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା