Masthead

ଲୋକଙ୍କ ମତକୁ ନେଇ ମୁଁ ନିଷ୍ପତ୍ତି ନେଇଛି: ଅଧିରାଜ ପାଣିଗ୍ରାହୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା । କଂଗ୍ରେସ ଛାଡିଲେ ଅଧିରାଜ ପାଣିଗ୍ରାହୀ। ଖଡିଆଳରୁ ବିଧାୟକ ଥିଲେ ଅଧିରାଜ। ଦଳ ଛାଡିବା ସହ କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ଦଳର ସମସ୍ତ ପଦ ପଦବୀରୁ ଇସ୍ତଫା ଦେଇଥିବା ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଏ ନେଇ ପିସିସି ସଭାପତିଙ୍କୁ ପଠାଇଛନ୍ତି ଇସ୍ତଫା ପତ୍ର। ଦୀର୍ଘ ୨୫ ବର୍ଷ ଧରି କଂଗ୍ରେସ ଦଳରେ ଥିଲେ । ଆସନ୍ତାକାଲି ବିଜେଡିରେ ଯୋଗ ଦେବେ ବୋଲି ଅନୁମାନ କରାଯାଉଛି।

କଂଗ୍ରେସ ଛାଡ଼ିବା ପରେ ଅଧିରାଜ ବିଜେଡିରେ ଯୋଗଦେବେ ବୋଲି ସୂଚନା ମିଳିଛି । ଆଜି ସେ ବିଜେଡିରେ ଯୋଗଦେବାର ସମ୍ଭାବନା ରହିଛି । ଅଧିରାଜ ପାଣିଗ୍ରାହୀ ବର୍ତ୍ତମାନ ଖରିଆରର ବିଧାୟକ ଅଛନ୍ତି । ୨୦୧୯ ବିଧାନସଭା ନିର୍ବାଚନରେ ଲମ୍ବୋଧର ନିଆଳଙ୍କୁ ହରାଇ ବିଜୟୀ ହୋଇଥିଲେ ଅଧିରାଜ । ତେବେ ୨୦୨୪ ନିର୍ବାଚନର ଠିକ୍ ପୂର୍ବରୁ ଇସ୍ତଫା ଦେବା କଂଗ୍ରେସ ପାଇଁ ବଡ଼ ଝଟକା ହୋଇଛି ।

ଇସ୍ତଫା ପରେ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ଅଧିରାଜ କହିଛନ୍ତି, କଂଗ୍ରେସ ସହ ତାଙ୍କର କୌଣସି ବାଦବିବାଦ ନାହିଁ । ଲୋକଙ୍କ ମତକୁ ନେଇ ସେ ନିଷ୍ପତ୍ତି ନେଇଛନ୍ତି । ସେପଟେ ଅଧିରାଜଙ୍କ ଇସ୍ତଫା ପରେ ପ୍ରତିକ୍ରିୟା ଦେଇ ପିସିସି ସଭାପତି କହିଛନ୍ତି, ସୁବିଧାବାଦୀ ନେତା ଦଳ ଛାଡୁଛନ୍ତି । ଆମର ଅନେକ ଆଶାୟୀ ଅଛନ୍ତି । ଅଧିରାଜଙ୍କ ଇସ୍ତଫା ଦଳରେ କୌଣସି ପ୍ରଭାବ ପକାଇବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’