Masthead

ସରିଲା ପ୍ରଚାର, ବୁଥ ମୁହାଁ ପୋଲିଂ ପାର୍ଟି

ପାପଡାହାଣ୍ଡି (ବଡ଼ ଖବର ବ୍ୟୁରୋ): ରାତି ପାହିଲେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ସକାଳ ୭ଟାରେ ଭୋଟିଂ ଆରମ୍ଭ ହେବ। ଉକ୍ତ ପର୍ଯ୍ୟାୟରେ ନବରଙ୍ଗପୁର ଜିଲ୍ଲାର ୪ ଟି ନିର୍ବାଚନମଣ୍ଡଳି ରେ ଭୋଟ ଗ୍ରହଣ କରାଯିବ। ନବରଙ୍ଗପୁର ଜିଲ୍ଲାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ପୋଲିଂ କର୍ମଚାରୀ ବୁଥ ଅଭିମୁଖେ ବାହାରିଛନ୍ତି । ନବରଙ୍ଗପୁର ଇଭିଏମ ଗୁଦାମ ନିକଟସ୍ଥ ପଡ଼ିଆରେ ପୋଲିଂ କର୍ମଚାରୀଙ୍କୁ ସେମାନଙ୍କ ବୁଥକୁ ପଠାଇବା ବ୍ୟବସ୍ଥା କରାଯାଇଥିଲା ।

ସମସ୍ତ ପୋଲିଂ କର୍ମଚାରୀମାନେ ନିଜ ନିଜ କାଉଣ୍ଟରରେ ପଞ୍ଜିକରଣ କରି ନିର୍ବାଚନ ପାଇଁ ଆବଶ୍ୟକ ସାମଗ୍ରୀ ଗ୍ରହଣ କରିଥିଲେ । ପ୍ରତ୍ୟେକ ବୁଥରେ ନିୟୋଜିତ ହେବାକୁ ଥିବା ପୋଲିଂ କର୍ମଚାରୀ ଯେପରି ସୁବିଧାରେ ନିଜ ନିଜ ବୁଥ ପହଞ୍ଚିବେ ସେ ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ସେହିପରି ପୋଲିସ କର୍ମଚାରୀଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯାଇଛି ।

ପ୍ରତ୍ୟେକ ପୋଲିସ କର୍ମଚାରୀ ପଞ୍ଜିକରଣ କରିବା ସହ ବୁଥରେ ପୋଲିଂ କର୍ମଚାରୀଙ୍କ ସହ ବୁଥରେ ପହଞ୍ଚିବେ । ଜିଲ୍ଲାପାଳ ଓ ଏସପିଙ୍କ ସହ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥା ତଦାରଖ କରିଛନ୍ତି । ଏଥିପାଇଁ ସବୁଠି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିପାଇଁ ପ୍ରଚାର ମଧ୍ୟ୍ୟ ସରିଛି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଦେବେ ଓଡିଶାବାସୀ । ଏହି ପର୍ଯ୍ୟାୟରେ ନବରଙ୍ଗପୁର ଜିଲ୍ଲାର ୪ଟି ବିଧାନସଭା ଆସନ ନବରଙ୍ଗପୁର, ଡାବୁଗାଁ, ଉମରକୋଟ, ଝରୀଗାଁରେ ରାତି ପାହିଲେ ମତଦାନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼