Masthead

ଭୋଟ ଦେବାକୁ ନେଇ ବିଧାୟକ ଭୋଟର ପିଟାପିଟା

ଆନ୍ଧ୍ରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଭୋଟ ଦେବା ବେଳେ ମତଦାନ କେନ୍ଦ୍ରରେ ପିଟାପିଟି । ଯାହାସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଜି ଦେଶରେ ଲୋକସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ୟ୍ୟାୟ ଭୋଟିଂ ଜାରି ରହିଛି । ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଲୋକସଭା ଆସନରେ ଚାଲିଛି ଭୋଟ୍‌ ଗ୍ରହଣ । ଏଥିସହ ଆନ୍ଧ୍ରପ୍ରଦେଶର ୧୭୫, ଓଡ଼ିଶାର ୨୮ ବିଧାନସଭା ଆସନ ପାଇଁ ବି ହେଉଛି ଭୋଟିଂ । ଭୋଟ୍‌ ଗ୍ରହଣ ମଧ୍ୟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଆନ୍ଧ୍ରପ୍ରଦେଶର ଏକ ମତଦାନ କେନ୍ଦ୍ରରେ ଜଣେ ବିଧାୟକ ଓ ଭୋଟରଙ୍କ ମଧ୍ୟରେ ମାରପିଟ୍‌ ହୋଇଛି ।

ଏଭଳି ଦୃଶ୍ୟ ଆନ୍ଧ୍ରପ୍ରଦେଶ ଗୁଣ୍ଟୁରର ତେନାଲିର ଏକ ବୁଥରେ ଦେଖିବାକୁ ମିଳିଛି । ତେନାଲିର ଏକ ବୁଥରେ ଭୋଟ୍ ଦେବା ପାଇଁ ଧାଡିରେ ଠିଆ ହୋଇଥିଲେ। ଏହି ସମୟରେ, ୱାଇଏସଆରସିପି ପାର୍ଟି ବିଧାୟକ ଶିବକୁମାର ମଧ୍ୟ ଭୋଟ୍ ଦେବାକୁ ଆସିଥିଲେ। କିନ୍ତୁ ସେ ଧାଡ଼ିରେ ଠିଆ ହେବା ଉଚିତ୍ ମନେ କଲେ ନାହିଁ। ଏହା ପରେ ଧାଡିରେ ଠିଆ ହୋଇଥିବା ଜଣେ ଭୋଟର ବିଧାୟକଙ୍କୁ ଅଟକାଇଥିଲେ ଏବଂ ଏହାପରେ ବିଧାୟକ ରାଗିଯାଇଥିଲେ ।

ବିଧାୟକ ଶିବକୁମାର ଭୋଟରଙ୍କୁ ପାଟି କରିବା ସହ ତାଙ୍କୁ ଚାପୁଡ଼ା ମାରିଛନ୍ତି। ତେବେ ଭୋଟର ମଧ୍ୟ ଚୁପ୍ ରହିନଥିଲେ । ଏହାର ପ୍ରତିବଦଳରେ ସେ ମଧ୍ୟ ବିଧାୟକଙ୍କୁ ଏକ ଚାପୁଡ଼ା ମାରିଥିଲେ । ଏହି ସମୟରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା । ବିଧାୟକଙ୍କ ଲଢ଼େଇ ଦେଖି ଦଳର କର୍ମକର୍ତ୍ତାମାନେ ମଧ୍ୟ ଭୋଟରଙ୍କୁ ମାଡ଼ ମାରିଥିଲେ । ସ୍ଥିତି ଏମିତି ହୋଇଥିଲା ଯେ, ଘଣ୍ଟାଏ ଯାଏ ମତଦାନ ବନ୍ଦ ରହିଥିଲା । ପରେ ସୁରକ୍ଷାକର୍ମୀ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ