Masthead

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ

ପାସ୍ ହାର ୮୭.୯୮ ପ୍ରତିଶତ, ପୁଅଙ୍କୁ ପଛରେ ପକାଇଲେ ଝିଅ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ । ୮୭.୯୮ ପାରକ୍ଷାର୍ଥୀ ପାସ୍ କରିଛନ୍ତି । ୨୪ ହଜାର ପରୀକ୍ଷାର୍ଥୀ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ସେହିଭଳି ୧ଲକ୍ଷ ୧୬ ହଜାର ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ।ସବୁ ବର୍ଷ ପରି ଏବର୍ଷ ମଧ ଦ୍ୱାଦଶ ପରୀକ୍ଷାରେ ବାଜି ମାରିଛନ୍ତି ଝିଅ । ପରୀକ୍ଷାରେ ଛାତ୍ରୀଙ୍କ ପାସ୍ ହାର ୯୧.୫୨ ପ୍ରତିଶତ ରହିଛି । ସେହିଭଳି ଛାତ୍ରଙ୍କ ପାସ୍ ହାର ରହିଛି ୮୫. ୧୨ ପ୍ରତିଶତ ରହିଛି । ଉଈଝଋ ଦ୍ୱାଦଶ ପରୀକ୍ଷା ପାଇଁ ଚଳିତବର୍ଷ ୧୬ ଲକ୍ଷ ୩୩ ହଜାର ୭୩୦ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ । ସେଥିମଧ୍ୟରୁ ପ୍ରାୟ ୧୬ ଲକ୍ଷ ୨୨ ହଜାର ୨୨୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୪ ଲକ୍ଷ ୨୬ ହଜାର ୪୨୦ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପାସ ହାର ୦.୬୫ ପ୍ରତିଶତ ବୃଦ୍ଧି ପାଇଛି । ଉଈଝଋ ଦ୍ୱାଦଶ ଫଳାଫଳରେ କେରଳ ଆଗରେ ରହିଛି। ତ୍ରିଭେନ୍ଦ୍ରମରେ ୯୯.୯୧ % ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ପାସ୍ ତାଲିକାରେ ବିଜୟୱାଡା ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ପାସ୍ ହାର ୯୯.୦୪% ଅଛି। ସେହିପରି ଚେନ୍ନାଇ ତୃତୀୟ ସ୍ଥାନରେ ଥିବାବେଳେ ଏହାର ପାସ୍ ହାର ୯୮.୪୭% ରିହିଛି। ତା’ପଛକୁ ରହିଛି ବେଙ୍ଗାଲୁରୁ। ଏଠାରେ ପାସ୍‌ ହାର ୯୬.୯୫% ଏବଂ ପଶ୍ଚିମ ଦିଲ୍ଲୀର ଛାତ୍ରଛାତ୍ରୀଙ୍କ ପାସ୍ ହାର ୯୫.୬୪% ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!