ବାରିପଦା (ବଡ଼ ଖବର ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ। ଆଗାମୀ ଜୁନ ୧ ରେ ହେବାକୁ ଥିବା ନିର୍ବାଚନ ପାଇଁ ନିର୍ବାଚନୀ ମଇଦାନରେ ଲଢେଇ କରିବା ପାଇଁ ବିଭିନ୍ନ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ପ୍ରସ୍ତୁତ। ନାମାଙ୍କନ ପତ୍ର ଦାଖଲ କରି ଜନତା ଜନାର୍ଦ୍ଦନ ପାଖରେ ପହଞ୍ଚି ଭୋଟ ହାତେଇବା ପାଇଁ ପ୍ରୟାସ ଆରମ୍ଭ କରି ସାରିଛନ୍ତି। ତେବେ ଆଜି ସାରସକଣା ନିର୍ବାଚନମଣ୍ଡଳିର ବିଜେଡି ବିଧାୟକ ପ୍ରାର୍ଥୀ ଦେବାଶିଷ ମାରାଣ୍ଡି ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ରାଇସେନ୍ ମୁର୍ମୁ ଏକ ବିଶାଳ ରାଲି ରେ ଆସି ରାଇରଙ୍ଗପୁର ଉପ ଜିଲ୍ଲାପାଳଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ରାଲିରେ ବିଧାୟକ ପ୍ରାର୍ଥୀଙ୍କ ସହ ବିଜେଡି ଲୋକ ସଭା ପ୍ରାର୍ଥୀ ସୁଦାମ ମାରାଣ୍ଡି ଉପସ୍ଥିତ ରହିବା ସହିତ ହଜାର ହଜାର ସମର୍ଥକ ଏକ ବିଶାଳ ରାଲିରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପହଞ୍ଚି ଥିଲେ। ତେବେ ଆଗାମୀ ଦିନରେ ଲଢେଇ ଜୋରଦାର ହେବା ସହିତ ବିଜେପି ବହୁମତରେ ବିଜୟ ଲାଭ କରିବ ବୋଲି କହିଛନ୍ତି ବିଧାୟକ ପ୍ରାର୍ଥ ଦେବାଶିଷ ମାରାଣ୍ଡି ।
Prev Post
ଆଗକୁ ପଢନ୍ତୁ
