ବାଲେଶ୍ୱରରେ ବିଜେପିର ଶକ୍ତି ପ୍ରଦର୍ଶନ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଚତୁର୍ଥ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ନାମାଙ୍କନର ଶେଷ ଦିନ । ବିଜେପି ଦେଖାଇଛି ସମର୍ଥକଙ୍କ ଶକ୍ତି । ବାଲେଶ୍ୱର ସଂସଦୀୟ କ୍ଷେତ୍ରର ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ନାମାଙ୍କନପତ୍ର ଦାଖଲ କରିବା ସହ ୭ ବିଧାନସଭା ନିର୍ବାଚନମଣ୍ଡଳିର ବିଧାୟକ ପ୍ରାର୍ଥୀ ବାଲେଶ୍ୱର ଜିଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି । ବିଜେପିର ଏହି ହେଭିୱାଟ ନେତାଙ୍କ ନାମାଙ୍କନ ସମୟରେ ସମର୍ଥକ ଶକ୍ତି ପ୍ରଦର୍ଶନ କରିଛନ୍ତି ।

ବାଲେଶ୍ୱର ସହରର ଷ୍ଟେସନ ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପୁରା ରାସ୍ତା ପଦ୍ମ ମୟ ହୋଇଥିଲା । ସମର୍ଥକଙ୍କ ଜନସମୁଦ୍ର ଶକ୍ତି ସମସ୍ତଙ୍କ ମନରେ ହୁଏତ ଅଧିକ ଉତ୍ସାହ ଭରି ଦେଇଛି । ପ୍ରାର୍ଥୀ ମଧ୍ୟରୁ ଜଳେଶ୍ଵର ବିଜେପି ବିଧାୟକ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନ, ଭୋଗରାଇ ପ୍ରାର୍ଥୀ ଆଶିଷ ପାତ୍ର, ବସ୍ତାରୁ ରବିନ୍ଦ୍ର ଅଣ୍ଡିଆ, ରେମୁଣା ଗୋବିନ୍ଦ ଦାସ ବାଲେଶ୍ୱର ସଦର ମାନସ କୁମାର ଦତ୍ତଙ୍କ ସହ ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ନାମାଙ୍କନ ଭରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ