Masthead

ସଇଁତଳାରେ ବିଜେପି କର୍ମୀଙ୍କୁ ଆକ୍ରମଣ

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ହିଂସା। ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନ ଓ ତାଙ୍କ ସହଯୋଗୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି। ଆକ୍ରମଣରେ ଦୁଇ ବିଜେପି କର୍ମୀ ଆହତ ହୋଇଥିବା ବେଳେ ବିଧାୟକ ପ୍ରାର୍ଥୀ ନବୀନ ଜୈନ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ଆକ୍ରମଣରେ ଗୁରୁତର ବିଜେପିର ଦୁଇ କର୍ମୀ ହେଲେ ଡୋଲାମଣି ବସ୍ତିଆ ଓ ଲମ୍ବୋଦର ମହାକୁଡ଼ । ତେବେ ପୋଲିସ୍ ସମସ୍ତ ଆହତ ଓ ବିଧାୟକ ପ୍ରାର୍ଥୀଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି। ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କ କହିବା ଅନୁସାରେ, ଗତକାଲି ସନ୍ଧ୍ୟାରେ ସମର୍ଥକଙ୍କ ସହ ତିନୋଟି ଚାରି ଚକିଆ ଗାଡିରେ ପ୍ରଚାର ପାଇଁ ବାହାରି ଥିଲେ। ସଇଁତଳା ଥାନା ଡୁଙ୍ଗୁରିପାଲି ଗାଁରେ ଚନ୍ଦନ ଯାତ୍ରାରେ ସାମିଲ ହୋଇ ଟିଟିଲାଗଡ ଫେରୁଥିଲେ । ହେଲେ ବାଟରେ ସାତ ଆଠଟି ଗାଡ଼ିରେ ଗୁଣ୍ଡାମାନେ ଆସି ତାଙ୍କ ଗାଡ଼ି ସବୁକୁ ବିଚ ରାସ୍ତାରେ ରୋକିଥିଲେ। ଏବଂ କେହି କିଛି ବୁଝିବା ପୂର୍ବରୁ ଆଗରେ ଥିବା ଗାଡ଼ିର ଲୋକଙ୍କୁ ଠେଙ୍ଗା ଓ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ।

ହେଲେ ନବୀନ ଜୈନ ସେଠାରୁ କୌଶଳକ୍ରମେ ଗାଡ଼ି ବୁଲାଇ ଏକ ଗାଁକୁ ପଶି ଯାଇଥିଲେ। ଗାଁ ଲୋକେ ତାଙ୍କୁ ସୁରକ୍ଷା ଦେଇଥିବା ବେଳେ ସଇଁତଳା ପୋଲିସକୁ ଫୋନ୍ କରିଥିଲେ। ପରେ ସଇଁତଳା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା। ଏବଂ ସଇଁତଳା ଡାକ୍ତରଖାନାରେ ଆହତମାନଙ୍କୁ ଭର୍ତ୍ତି କରିଥିଲା ବୋଲି ନବୀନ ଜୈନ କହିଛନ୍ତି। ତେବେ ଶାସକ ଦଳର ଗୁଣ୍ଡା ମାନେ ଏହି ଆକ୍ରମଣ କରିଥିବାର ସେ ଅଭିଯୋଗ ଆଣିଛନ୍ତି। ଏବଂ ଏହାର ଲୋକେ ଉଚିତ୍ ଜବାବ୍ ଦେବେ ବୋଲି ସେ କହିଛନ୍ତି। ସେପଟେ ସଇଁତଳା ପୋଲିସ୍ ଘଟଣାର ତଦନ୍ତ ଚଳାଇଛି । ସଇଁତଳା ଅଞ୍ଚଳର ବାହୁବଳୀ ନେତା ଭାବରେ ସୁରେନ୍ଦ୍ର ସିଂହ ଭୋଇ ପରିଚିତ। ଏବେ କଂଗ୍ରେସ ଛାଡ଼ି ସେ ବିଜେଡି ଦଳରେ ଯୋଗ ଦେଇ ସାଂସଦ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ମନ୍ତ୍ରୀ ଟୁକୁନି ସାହୁଙ୍କ ନିର୍ବାଚନ ମଣ୍ଡଳୀ ଅଟେ। ସେଠିକାର ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିରୋଧରେ ବିଜେପିରୁ ନବୀନ ଜୈନ ଲଢୁଛନ୍ତି । ସେପଟେ ନବୀନଙ୍କ ଅଭିଯୋଗ ନେଇ ବିଜେଡି ପକ୍ଷରୁ କାହାରି ପ୍ରତିକ୍ରିୟା ମିଳି ପାରି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର