Masthead

ସଇଁତଳାରେ ବିଜେପି କର୍ମୀଙ୍କୁ ଆକ୍ରମଣ

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ହିଂସା। ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନ ଓ ତାଙ୍କ ସହଯୋଗୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି। ଆକ୍ରମଣରେ ଦୁଇ ବିଜେପି କର୍ମୀ ଆହତ ହୋଇଥିବା ବେଳେ ବିଧାୟକ ପ୍ରାର୍ଥୀ ନବୀନ ଜୈନ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ଆକ୍ରମଣରେ ଗୁରୁତର ବିଜେପିର ଦୁଇ କର୍ମୀ ହେଲେ ଡୋଲାମଣି ବସ୍ତିଆ ଓ ଲମ୍ବୋଦର ମହାକୁଡ଼ । ତେବେ ପୋଲିସ୍ ସମସ୍ତ ଆହତ ଓ ବିଧାୟକ ପ୍ରାର୍ଥୀଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି। ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କ କହିବା ଅନୁସାରେ, ଗତକାଲି ସନ୍ଧ୍ୟାରେ ସମର୍ଥକଙ୍କ ସହ ତିନୋଟି ଚାରି ଚକିଆ ଗାଡିରେ ପ୍ରଚାର ପାଇଁ ବାହାରି ଥିଲେ। ସଇଁତଳା ଥାନା ଡୁଙ୍ଗୁରିପାଲି ଗାଁରେ ଚନ୍ଦନ ଯାତ୍ରାରେ ସାମିଲ ହୋଇ ଟିଟିଲାଗଡ ଫେରୁଥିଲେ । ହେଲେ ବାଟରେ ସାତ ଆଠଟି ଗାଡ଼ିରେ ଗୁଣ୍ଡାମାନେ ଆସି ତାଙ୍କ ଗାଡ଼ି ସବୁକୁ ବିଚ ରାସ୍ତାରେ ରୋକିଥିଲେ। ଏବଂ କେହି କିଛି ବୁଝିବା ପୂର୍ବରୁ ଆଗରେ ଥିବା ଗାଡ଼ିର ଲୋକଙ୍କୁ ଠେଙ୍ଗା ଓ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ।

ହେଲେ ନବୀନ ଜୈନ ସେଠାରୁ କୌଶଳକ୍ରମେ ଗାଡ଼ି ବୁଲାଇ ଏକ ଗାଁକୁ ପଶି ଯାଇଥିଲେ। ଗାଁ ଲୋକେ ତାଙ୍କୁ ସୁରକ୍ଷା ଦେଇଥିବା ବେଳେ ସଇଁତଳା ପୋଲିସକୁ ଫୋନ୍ କରିଥିଲେ। ପରେ ସଇଁତଳା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା। ଏବଂ ସଇଁତଳା ଡାକ୍ତରଖାନାରେ ଆହତମାନଙ୍କୁ ଭର୍ତ୍ତି କରିଥିଲା ବୋଲି ନବୀନ ଜୈନ କହିଛନ୍ତି। ତେବେ ଶାସକ ଦଳର ଗୁଣ୍ଡା ମାନେ ଏହି ଆକ୍ରମଣ କରିଥିବାର ସେ ଅଭିଯୋଗ ଆଣିଛନ୍ତି। ଏବଂ ଏହାର ଲୋକେ ଉଚିତ୍ ଜବାବ୍ ଦେବେ ବୋଲି ସେ କହିଛନ୍ତି। ସେପଟେ ସଇଁତଳା ପୋଲିସ୍ ଘଟଣାର ତଦନ୍ତ ଚଳାଇଛି । ସଇଁତଳା ଅଞ୍ଚଳର ବାହୁବଳୀ ନେତା ଭାବରେ ସୁରେନ୍ଦ୍ର ସିଂହ ଭୋଇ ପରିଚିତ। ଏବେ କଂଗ୍ରେସ ଛାଡ଼ି ସେ ବିଜେଡି ଦଳରେ ଯୋଗ ଦେଇ ସାଂସଦ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ମନ୍ତ୍ରୀ ଟୁକୁନି ସାହୁଙ୍କ ନିର୍ବାଚନ ମଣ୍ଡଳୀ ଅଟେ। ସେଠିକାର ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିରୋଧରେ ବିଜେପିରୁ ନବୀନ ଜୈନ ଲଢୁଛନ୍ତି । ସେପଟେ ନବୀନଙ୍କ ଅଭିଯୋଗ ନେଇ ବିଜେଡି ପକ୍ଷରୁ କାହାରି ପ୍ରତିକ୍ରିୟା ମିଳି ପାରି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ